fbpx

ଚାଉଳ ରପ୍ତାନୀ ବନ୍ଦ କରିଦେଲା ଭାରତ : ବିଶ୍ୱରେ ସୃଷ୍ଟି ହେଲା ଆତଙ୍କ! ରେକର୍ଡ ସ୍ତରରେ ପହଞ୍ଚିଲା ଚାଉଳ ମୂଲ୍ୟ

ନୂଆଦିଲ୍ଲୀ : ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ଯୋଗୁଁ ଖାଉଟି ମାନଙ୍କ ବଜେଟ ଖରାପ ହୋଇଯାଉଛି । ଏହା ମଧ୍ୟରେ ଗତ କିଛି ଦିନ ହେବ ଭାରତରୁ ହେଉଥିବା ଚାଉଳ ରପ୍ତାନି ଉପରେ ଅଙ୍କୁଶ ଲଗା ଯାଇଛି । ଏନେଇ ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଭାରତରୁ ଚାଉଳ ରପ୍ତାନି ନହେବା ଯୋଗୁଁ ଅନେକ ଦେଶରେ ଚାଉଳର ଦରରେ ତୀବ୍ର ବୃଦ୍ଧି ଦେଖାଦେଇଛି ।

ସୂଚନା ଅନୁଯାୟୀ, ଗତ ଏକ ସପ୍ତାହରେ ଭାରତ ଚାଉଳର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଯାହାଫଳରେ କି ଏସିଆରେ ଚାଉଳର ମୂଲ୍ୟ ୧୫ ବର୍ଷରେ ଉଚ୍ଚତମ ସ୍ତରରେ ପହଞ୍ଚି ଯାଇଛି । ଚାଉଳ ସମେତ ଅନ୍ୟ କେତେକ ଖାଦ୍ୟ ଶସ୍ୟ ଉପରେ ମଧ୍ୟ ଜୁଲାଇ ୨୦ରୁ ପ୍ରତିବନ୍ଧକ ଲଗାଯାଇଥିଲା ।

ଭାରତ ବିଶ୍ୱର ସବୁଠାରୁ ବଡ଼ ଚାଉଳ ରପ୍ତାନୀକାରୀ ଦେଶ ଅଟେ । ଏହାପରେ ଦ୍ୱିତୀୟରେ ଥାଇଲ୍ୟାଣ୍ଡ ଏବଂ ତୃତୀୟରେ ଭିଏତନାମ ପରି ଦେଶ ରହିଛି । ବିଶ୍ୱ ବଜାରରେ ଚାଉଳର ମୂଲ୍ୟ ଏବେ ଟନ ପିଛା ୬୪୬ ଡଲାର ରହିଥିବା ବେଳେ କମ ବର୍ଷା ଯୋଗୁଁ ଏହାର ମୂଲ୍ୟ ବଢିବପାରେ ବୋଲି କୁହାଯାଇଛି ।

ଭାରତ ବିଷୟରେ କହିବାକୁ ଗଲେ, ଚଳିତ ବର୍ଷ ଭାରତରେ ଚାଉଳର ମୂଲ୍ୟ ଯାହା ସ୍ଥିର କରାଯାଇଛି ତାହା ଗତ ବର୍ଷ ତୁଳନାରେ ଅଧିକ ମୂଲ୍ୟରେ ବିକ୍ରି କରାଯାଉଛି । ନୂଆଦିଲ୍ଲୀରେ ଏକ କିଲୋ ଚାଉଳର ଦାମ ୩୯ ଟଙ୍କା ରହିଛି । ଏପରି ପରିସ୍ଥିତିରେ ଚାଉଳର ଦାମରେ ବୃଦ୍ଧି ହେତୁ ରପ୍ତାନି ଶୁଳ୍କରେ ମଧ୍ୟ ବୃଦ୍ଧି କରାଯାଇଛି ଏବଂ କେତେକ ସ୍ଥାନରେ ଏହା ଉପରେ ପ୍ରତିବନ୍ଧକ ମଧ୍ୟ ଲଗା ଯାଇଛି ।

Get real time updates directly on you device, subscribe now.