fbpx

ପ୍ରତିରକ୍ଷା କ୍ଷେତ୍ରରେ ପାଦେ ଆଗକୁ ବଢ଼ିଲା ଭାରତ; ଅଗ୍ନି-୪ର ହେଲା ସଫଳ ଉତକ୍ଷେପଣ

ବାଲେଶ୍ୱର: (ଓଡ଼ିଶା ଭାସ୍କର) ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କଲା ଭାରତ । ଭାରତ ଶୁକ୍ରବାର ମଧ୍ୟମ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ର ବିବୃତି ଅନୁଯାୟୀ, ଏହାକୁ ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ଉତକ୍ଷେପଣ କରାଯାଇଛି । ଏହି ଉତକ୍ଷେପଣ ଏହାର ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡପୂରଣ କରିଛି ।

ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ଅଧୀନରେ ଅଗ୍ନି-୪ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଛି । ଅଗ୍ନି-୪ର ସଫଳ ପରୀକ୍ଷଣ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କାରଣ ଏହା ଭାରତର ପରମାଣୁ ପ୍ରତିରୋଧ କାର୍ଯ୍ୟକ୍ରମର ଏକ ଅଂଶ । ଅଗ୍ନି-୪ କ୍ଷେପଣାସ୍ତ୍ରର ଦୂରତା ୪ ହଜାର କିଲୋମିଟରରୁ ଅଧିକ ରହିଛି ।

ଚଳିତ ବର୍ଷ ଏପ୍ରିଲ ମାସରେ ଭାରତ ଓଡ଼ିଶା ଉପକୂଳରେ ଅବଦୁଲ କଲାମ ଦ୍ୱୀପଠାରୁ ୧୦ରୁ ୨୦୦୦ କିଲୋମିଟର ଦୂରତା ବିଶିଷ୍ଟ ନୂଆ ପିଢ଼ିର ପରମାଣୁ କ୍ଷମତା ସମ୍ପନ୍ନ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା ।

Get real time updates directly on you device, subscribe now.