ଭାରତକୁ ବଡ ସଫଳତା, ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର: ମିସାଇଲ ପରୀକ୍ଷଣରେ ବଡ ସଫଳତା । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏହାର ଦୀର୍ଘ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ପରୀକ୍ଷଣ କରିଥିବା ବେଳେ ଏହା ସଫଳ ହୋଇଛି । ଓଡିଶା ଉପକୂଳବର୍ତ୍ତୀ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହାକୁ ପରୀକ୍ଷଣ କରାଯାଇଥିଲା । ମିସାଇଲ ପରୀକ୍ଷଣରେ ଭାରତକୁ ବଡ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ଏହି ଲଙ୍ଗ ରେଞ୍ଜ ମିଶାଇଲକୁ ସଫଳ ପରୀକ୍ଷଣ କରାଯାଇଛି । ତେବେ ଏହି ସଫଳତା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଏକ ଐତିହାସିକ ସଫଳତା ବୋଲି କହି ଟ୍ବିଟ କରିଛନ୍ତି ।

ତେବେ ପରୀକ୍ଷଣ କରାଯାଇଥିବା ଏହି ମିଶାଇଲ ସବୁଠାରୁ ଘାତକ ବୋଲି କୁହାଯାଇଛି । ଏହା 1500 କିଲୋମିଟର ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ଆକାଶରେ କିଛି କ୍ଷଣ ପାଇଁ ଉଭାନ ହୋଇ ଏହା ଧ୍ବଂସ କରିଦେବାର କ୍ଷମତା ରହିଛି । ତେବେ ଏହି ପରୀକ୍ଷଣ ସଫଳ ପରୀକ୍ଷଣ ହୋଇଥିବାବେଳେ ଏହାକୁ ଖୁବ କମ୍ ଦିନ ମଧ୍ୟରେ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ । ତେବେ ମିଶାଇଲ ପରୀକ୍ଷଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଢୋ କି ଶବ୍ଦ କରି ଲକ୍ଷ୍ୟଭେଦି ପାରିଛି ଘାତକ ମିଶାଇଲ୍ । ଶବ୍ଦ ଠାରୁ 5 ଗୁଣା ଅଧିକ ବେଗରେ ଏହା ଲକ୍ଷ୍ୟ ଭେଦିପାରେ । ଡିଆରଡିଓ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହାକୁ ପରୀକ୍ଷଣ କରାଯାଇଥିବା ବେଳେ ସଫଳ ମଧ୍ୟ ହୋଇଛି ।