fbpx

Big Breaking… ଏସିଆନ୍ ଗେମ୍ସରେ ଶତକ ହାସଲ କରିବ ଭାରତ: ୧୦୦ ମଡେଲରୁ ମାତ୍ର ଏତିକି ପଦକ ଦୂରରେ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ବିଭିନ୍ନ ଇଭେଣ୍ଟରେ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ଆଥଲେଟ୍ । ତେବେ ଚଳିତବର୍ଷ ଭାରତ ଏହି ପଦକ ହାସଲ କରିବାରେ ଶତକ ଅର୍ଜନ କରିବାକୁ ଯାଉଛି । ଖୁବଶୀଘ୍ର ଏଭଳି ଏକ ନିଆରା ଉପଲବ୍ଧି ପାଇବ ଟିମ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୯୪ଟି ପଦକ ଅକ୍ତିଆର କରିଥିବା ବେଳେ ଆଗକୁ କିଛିଟା ପଦକ ସୁନିଶ୍ଚିତ ହୋଇସାରିଛି । କୁସ୍ତି ଯୁଦ୍ଧରେ ଅମନବ୍ରୋଞ୍ଜ ପଦକ ହାସଲ କରି ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରାଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ମୋଟ ୯୪ଟି ପଦକ ଅକ୍ତିଆର କରିଛି । ଏହାବ୍ୟତୀତ ଆଗକୁ ୮ଟି ପଦକ ଭାରତ ନାଁରେ ହେବ ବୋଲି ସୁନିଶ୍ଚିତ ମଧ୍ୟ ହୋଇ ସାରିଛି । ଏହି ମ୍ୟାଚଗୁଡ଼ିକ ମଧ୍ୟରୁ ଅଧିକାଂଶ ଇଭେଣ୍ଟରେ ଫାଇନାଲ ମ୍ୟାଚ ଖେଳିବ । ଫଳରେ ଭାରତ ବିଜୟୀ ହେଲେ ସ୍ୱର୍ଣ୍ଣ ପଦକ ହାସଲ କରିବ, ନଚେତ୍ ଅତି କମ୍ ରେ ରୌପ୍ୟ ପଦକ ହାସଲ କରିବା ଭାରତ ପାଇଁ ସୁନିଶ୍ଚିତ ।

ଚଳିତ ଇଭେଣ୍ଟ ପୂର୍ବରୁ ଏସିଆନ୍ ଗେମ୍ସର ଗୋଟିଏ ସିଜନରେ ଭାରତ ସର୍ବାଧିକ ୭୦ ଟି ପଦକ ଉପରେ କବଜା କରିଥିଲା । ତେବେ ଚଳିତବର୍ଷ ନିଜର ଏହି ଶ୍ରେଷ୍ଠ ରେକର୍ଡକୁ ବହୁ ପୂର୍ବରୁ ଅତିକ୍ରମ କରିସାରିଛି ଭାରତ । କିନ୍ତୁ ପଦକ ସଂଖ୍ୟାରେ ଶତକର ଉପଲବ୍ଧି ଭାରତୀୟମାନଙ୍କ ପାଇଁ ଆହୁରି ସ୍ୱତନ୍ତ୍ର ରହିବ । ଖେଳ ଆରମ୍ଭରୁ ହା ଅସମ୍ଭବ ମନେ ହେଉଥିଲେ ବି, ଅଶ୍ୱାରୋହୀ, ନାବିକ ଏବଂ ରୋଇଂରେ ଆଶ୍ଚର୍ୟ୍ୟଜନକ ବିଜୟ ଏହାର ଆଶା ସଞ୍ଚାର କରିଥିଲା । ଏହାପରେ ବିଭିନ୍ନ ଇଭେଣ୍ଟରେ ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ଭାରତ ଆଜି ଏକ ନୂଆ ଇତିହାସ ସୃଷ୍ଟି କରିଛି । ଭାରତର ୯୪ଟି ପଦକ ମଧ୍ୟରେ ୨୧ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ୩୪ଟି ରୌପ୍ୟ ପଦକ ଏବଂ ୩୯ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ତେବେ ଏହି ସଂଖ୍ୟା ଖୁବଶୀଘ୍ର ଶତକରେ ପହଞ୍ଚିବ ବୋଲି ଅପେକ୍ଷା କରି ରହିଛନ୍ତି କୋଟି କୋଟି ଭାରତୀୟ ।

Get real time updates directly on you device, subscribe now.