ମନମୋହନଙ୍କୁ ଅନ୍ତିମ ବିଦାୟ…. କଂଗ୍ରେସ ହେଡ୍ କ୍ୱାର୍ଟର୍ସରୁ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ
ଦେଶର ୧୪ତମ ପ୍ରଧାନମନ୍ତ୍ରୀ ରହିସାରିଥିବା ଡା. ମନମୋହନ ସିଂଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ କରାଯିବ । ରାଷ୍ଟ୍ରୀୟ ସମ୍ମାନ ସହିତ ଜାତୀୟ ରାଜଧାନୀ ଦିଲ୍ଲୀର ଶକ୍ତି ସ୍ଥଳ ନିକଟରେ ଥିବା ନିଗମବୋଧ ଘାଟରେ କଂଗ୍ରେସ ନେତା ମନମୋହନଙ୍କ ଅନ୍ତିମ ସଂସ୍କାର କରାଯିବ ।
ନୂଆଦିଲ୍ଲୀ: ପୂରା ଦେଶରେ ଶୋକାକୂଳ ପରିବେଶ । ଦେଶକୁ ଆର୍ଥିକ ସୁଧାର ପଥରେ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ସାରା ଦେଶ ମର୍ମାହତ । ଆଜି ପୂରା ରାଷ୍ଟ୍ରୀୟ ସମ୍ମାନରେ ଦିଲ୍ଲୀସ୍ଥିତ ଶକ୍ତି ସ୍ଥଳ ନିକଟରେ ମନମୋହନଙ୍କ ଶେଷକୃତ୍ୟ କରାଯିବ । ୨୦୦୪ରୁ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ସେବାରେ ଅବିରତ କାର୍ଯ୍ୟ କରିଥିଲେ, ଯାହାକୁ ଭାରତବାସୀ କେବେ ଭୁଲିବେ ନାହିଁ ।
ସକାଳ ୯ଟା ବାଜି ୩୦ ମିନିଟରେ କଂଗ୍ରେସ ହେଡ୍ କ୍ୱାର୍ଟର୍ସରୁ ମନମୋହନଙ୍କୁ ଶେଷକୃତ୍ୟ ପାଇଁ ନିଆଯିବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ମନମୋହନଙ୍କୁ ସେଠାରେ ଶେଷ ଦର୍ଶନ କରିବେ । ୧୧ଟା ବାଜି ୪୫ ମିନିଟରେ ନିଗମବୋଧ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ।
ମନମୋହନଙ୍କୁ ଶ୍ମଶାନ ନେବା ପାଇଁ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ମନମୋହନଙ୍କ ପାର୍ଥିବ ଶରୀରକୁ ରାଜାରାମ କୋହଲି ମାର୍ଗରୁ ରାଜଘାଟ ରେଡ୍ ଲାଇଟ୍, ସିଗନେଚର ବ୍ରିଜ୍ ଏବଂ ୟେଧଇଷ୍ଟର ସେତୁ ବାଟେ ନିଆଯିବ । ତେବେ ସାଧାରଣ ଲୋକଙ୍କ ଗମନାଗମନକୁ ଦୃଷ୍ଟିର ରଖି ଟ୍ରିଫିକ୍ ବ୍ୟବସ୍ଥାକୁ ସହଜ କରାଯାଇଛି ।
ଅନ୍ୟପକ୍ଷେ ରିଙ୍ଗ ରୋଡ୍, ନିଶାଦ ରାଜମାର୍ଗ,ବୌଲେଭାର୍ଦ ରୋଡ୍, ଏସପିଏମ୍ ମାର୍ଗ, ଲୋଠିଆନ ରୋଡ୍, ନେତାଜି ସୁଭାଷ ମାର୍ଗରେ ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସାଧାରଣଲୋକଙ୍କ ଜାତାୟତ ବନ୍ଦ କରାଯାଇଛି ।