fbpx

(Video): ଯୁଦ୍ଧରେ ନୁହେଁ ବୁଦ୍ଧରେ ଭରସା ରଖେ ଭାରତ: ମୋଦୀ, ଭିଏନାରେ ବିଶ୍ୱ ଶାନ୍ତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ଓଡିଶା ଭାସ୍କର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ଅଷ୍ଟ୍ରିଆ ଗସ୍ତ କରିଛନ୍ତି । ୪୧ ବର୍ଷ ପରେ ଜଣେ ପ୍ରଧାନମନ୍ତ୍ରୀ ଏହି ଦେଶକୁ ଗସ୍ତ କରିଛନ୍ତି ଭାରତ ତରଫରୁ । ସେଠାରୁ ସାରାବିଶ୍ୱକୁ ପ୍ରଧାନମନ୍ତ୍ରୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ କେବେବି ଯୁଦ୍ଧରେ ନୁହେଁ ବରଂ ବୁଦ୍ଧରେ ବିଶ୍ୱାସ ରଖେ । ଯାହାର ଅର୍ଥ ହେଉଛି ଭାରତ ସର୍ବଦା ଶାନ୍ତି, ମୈତ୍ରୀ ତଥା ସଦଭାବ ଉପରେ କାର୍ଯ୍ୟ କରେ । ଏକବିଂଶ ଶତାବ୍ଦୀରେ ଏ ଦେଶ ଅନ୍ୟମାନଙ୍କ ପାଇଁ ପ୍ରେରଣା ମଧ୍ୟ ବୋଲି ସେ ଏହି କଥା କହି ଜଣାଇଛନ୍ତି ।

ଭିଏନାରେ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ସର୍ବଶ୍ରେଷ୍ଠ ହେବା ଦିଗରେ କାର୍ଯ୍ୟ କରି ଚାଲିଛି । ବୈଶ୍ୱିକସ୍ତରରେ ଏହା ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ତିଆରି କରି ପାରିଛି । ତାହାସହ ସେ ଋଷିଆର ରାଷ୍ଟ୍ରପତିଙ୍କୁ ମଧ୍ୟ ଏହା ପୂର୍ବରୁ ମସ୍କୋରେ ସାକ୍ଷାତ କରିଥିଲେ । ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉପରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋକପାତ କରିଥିଲେ । ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହ ଏହାକୁ ନେଇ ମୋଦୀ ଶାନ୍ତି ଉପରେ ଆଲୋଚନା କରିଛନ୍ତି । ଭାରତ ଓ ଅଷ୍ଟ୍ରିଆ ନିଜର ୭୫ ବର୍ଷର ବନ୍ଧୁତା ପାଳନ କରୁଛନ୍ତି ବୋଲି ମଧ୍ୟ ମୋଦୀ କହିଛନ୍ତି । ଅଷ୍ଟ୍ରିଆରେ ଥିବା ଭାରତୀୟଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନିଜର ଭଲପାଇବା ମଧ୍ୟ ଦେଖାଇଥିଲେ ।
https://x.com/narendramodi/status/1811086600350175395

Get real time updates directly on you device, subscribe now.