fbpx

ଋଷ-ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା, ମୋଦୀଙ୍କ ନେତୃତ୍ବ ଗୁରିତ୍ବପୂର୍ଣ୍ଣ

India under PM Modi; a key player in Russia-Ukraine peace efforts

ନୂଆଦିଲ୍ଲୀ: ସରିବାର ନାଁ ଧରୁନି ଋଷ ୟୁକ୍ରେନ ଯୁଦ୍ଧ । ତେବେ ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଭାରତ ନିଜ ତରଫରୁ ପ୍ରୟାସ ଜାରି ରଖିଛି । ଗତ କିଛି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଏବଂ ୟୁକ୍ରେନ ଗସ୍ତ କରି ସାରିଛନ୍ତି । ଅନ୍ୟପଟେ ଋଷ- ୟୁକ୍ରେନ ଯୁଦ୍ଧରେ ବିରାମ ଲଗାଇବା ପାଇଁ ଭାରତ ମଧ୍ୟସ୍ତତା କରିବା ପାଇଁ ପ୍ରସ୍ତୁତ ରହିଥିବା ନେଇ ମଧ୍ୟ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନିକଟରେ ୟୁକ୍ରେନ ଗସ୍ତ କରିଥିବା ବେଳେ ଭାରତର ମହତ୍ତ୍ବ ବୈଶ୍ବିକ କ୍ଷେତ୍ରରେ ଆହୁରି ବୃଦ୍ଧି ପାଇଛି ।

ଯଦି ଦେଖିବା ଋଷ ସହିତ ଭାରତର ସମ୍ପର୍କ ଶୀତଳ ଯୁଦ୍ଧ ସମୟରୁ ରହି ଆସିଛି । 1971 ମସିହାରେ ଶାନ୍ତି, ବନ୍ଧୁତା ଏବଂ ସହଯୋଗର ଇଣ୍ଡୋ-ସୋଭିଏତ୍ ଚୁକ୍ତି ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିପାଦିତ କରିଥିଲା । ସାମରିକ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଇ ଋଷ ଦୀର୍ଘ ବର୍ଷ ହେବ ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ସହଯୋଗୀ ହୋଇ ରହି ଆସିଛି । ତେବେ ଏହି ଯୁଦ୍ଧ ମଧ୍ୟରେ ଋଷ ବିରୋଧରେ ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଭାରତ ଉପରେ ଚାପ ପ୍ରୟୋଗ କରାଯାଉଛି । ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ବେ ଔଷଧିତ ତୈଳ ଏବଂ ଭାରତର ବାଣିଜ୍ୟ ଚୁକ୍ତି ଏକ କୂଟନୀତିକ ଉଦାହରଣ ସୃଷ୍ଟି କରିଛି ।

ତେବେ ନିକଟରେ ମୋଦୀଙ୍କର ୟୁକ୍ରେନ ଯାତ୍ରା ପ୍ରତିକାତ୍ମକ ରହିଥିଲା । ଯାହା ଶାନ୍ତି ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଇଥିଲା । ତେବେ ସେହି ସମୟରେ ପିତା ଜି ଯୁଦ୍ଧ ବନ୍ଦ କରିଦେଲେ ବୋଲି ଏକ ବାକ୍ୟ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିଲା । ୟୁଜର୍ସ ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲେ । ପ୍ରଶଂସକମାନେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ବାସ୍ତବରେ ଜଣେ ବୈଶ୍ବିକ ନେତା ଅଟନ୍ତି ଏବଂ ଶାନ୍ତି ରକ୍ଷକ ରୂପରେ ଭାରତର ସ୍ଥିତି ମଜଭୁତ ରହିଛି । ଅନ୍ୟପଟେ ସୋସିଆଲ ମିଡିଆରେ କେତେକ ବିପକ୍ଷୀ ପ୍ରଶ୍ନ ମଧ୍ୟ ଉଠାଇଥିଲେ । ତେବେ ଏକ ଉଲ୍ଲେଖନୀୟ ଉପଲବ୍ଧି ଏହା ଯେ, ମୋଦି କିଛି ସପ୍ତାହ ମଧ୍ୟରେ ରାଷ୍ଟ୍ରପତି ପୁଟିନ ଏବଂ ଜେନେନକ୍ସି ସହିତ ସାକ୍ଷାତ କରିଛନ୍ତି । ଏହା ବୈଶ୍ବିକ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଆଭିମୁଖ୍ୟକୁ ଦର୍ଶାଉଛି । ରଣନୀତିକ ସ୍ବାଧିନତା ବଜାୟୀ ରଖିବା ପାଇଁ ମୋଦୀଙ୍କ ଦକ୍ଷତା ପ୍ରଭାବଶାଳୀ ଅଟେ । ଋଷ ସହିତ ଘନିଷ୍ଠ ସମ୍ପର୍କ ସତ୍ତ୍ବେ ମୋଦୀ ଆମେରିକା ସହିତ ମଧ୍ୟ ସମ୍ପର୍କ ରଖିବାରେ ସକ୍ଷମ ହୋଇଛନ୍ତି । କୌତୁହଳର ବିଷୟ ଯେ, ପ୍ରଧନମନ୍ତ୍ରୀ ମୋଦୀଙ୍କ ଗସ୍ତ ଯେତେବେଳେ ବିଶେଷ ଦୃଷ୍ଟି ଆକର୍ଷଣ କରୁଛି ସେତେବେଳେ ବିରୋଧୀ ଖାସ୍ କରି କଂଗ୍ରେସ ଚୁପ୍ ରହିଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ହସ୍ତକ୍ଷେପ ଯୁଦ୍ଧ ଉପରେ ବିଶେଷ ପ୍ରଭାବ ପକାଇପାରେ ।

Get real time updates directly on you device, subscribe now.