fbpx

ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ, ବିରାଟଙ୍କ ଖେଳିବା ନେଇ ଅନିଶ୍ଚିତତା

Advertisement

ଇଂଲଣ୍ଡ: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୧୦ ଉଇକେଟରେ ବଡ଼ ବିଜୟ ହାସଲ କରିଥିଲା। ଆଜି ଦ୍ୱିତୀୟ ଦିନିକିଆରେ ଭାରତ କ୍ରିକେଟ୍‌ର ମକ୍କା ଲଡ୍ସରେ ଭାରତ ଇଂଲଣ୍ଡକୁ ମାତ୍ ଦେବାକୁ ଚାହିଁବ। ତେବେ ଗତ ୧୫ ବର୍ଷରେ ଭାରତ ଏହି ଐତିହାସିକ ଗ୍ରାଉଣ୍ଟରେ ବିଜୟର ସ୍ୱାଦ ପାଇ ନାହିଁ। ଆଜିର ମ୍ୟାଚ୍‌କୁ ଜିତି ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେବା ଲକ୍ଷ୍ୟରେ ରହିଛି।

ସମ୍ପ୍ରତି କ୍ୟାରିୟରର ସବୁଠୁ ଖରାପ୍ ଫର୍ମ ଦେଇ ଚାଲୁଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଆଜିର ମ୍ୟାଚ୍ ଖେଳିବା ନେଇ ସନ୍ଦେହ ରହିଛି। ଇନଜୁରୀରୁ ସୁସ୍ଥ ହୋଇ ନଥିବା କାରଣରୁ ବିରାଟ୍ ଆଜିର ମ୍ୟାଚ୍ ଖେଳି ନପାରନ୍ତି। ଖରାପ୍ ଫର୍ମରେ ଥିବା ସମୟରେ ବିରାଟ ଫିଟନେସ୍‌କୁ ନେଇ କୋଣସି ରିସ୍କ୍ ନେବାକୁ ଚାହିଁବେ ନାହିଁ।

ଓଭାଲ ପରି ଲଡ୍ସରେ ମଧ୍ୟ ବୋଲରଙ୍କ ପ୍ରଭାବ ରହିବ ବୋଲି ରୋହିତ ଚିନ୍ତା କରୁଛନ୍ତି। କିନ୍ତୁ ମଧ୍ୟମ କ୍ରମରେ ବ୍ୟାଟିଂ କରୁଥିବା ଶ୍ରେୟସ୍ ଏବଂ ରିଷଭ ଚିନ୍ତାର କାରଣ ହୋଇପାରନ୍ତି। ଦୁହେଁ ସର୍ଟ ବଲ୍‌କୁ ଖେଳିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ଏହି ସମସ୍ୟା ସୁଧାରି ଦୁହେଁ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଛି। ଏମାନେ ବିଫଳ ହେଲେ ଫର୍ମରେ ଥିବା ଦୀପକ ହୁଡାଙ୍କୁ ଦଳରେ ସ୍ଥାନ ମିଳିପାରେ।

ପ୍ରଥମ ମ୍ୟାଚ୍‌ରେ ୧୧୦ ରନ୍‌ର ଟାର୍ଗେଟ୍‌କୁ ପିଛା କରି ରୋହିତଙ୍କ ୫୮ ବଲ୍‌ରୁ ୭୬ ଦ୍ରୁତ ପାଳି ବଳରେ ଭାରତ ସହଜ ବିଜୟ ହାସଲ କରିପାରିଥିଲା। ପୁର୍ବରୁ ମଧ୍ୟ ରୋହିତ ଧାୱନ ଯୋଡି ଇଂଲଣ୍ଡରେ ନିଜର କରିସ୍ମା ଦେଖାଇ ସାରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୧୦ରନ୍‌ରେ ଅଲଆଉଟ୍ ହୋଇଯାଇଥିବା ଇଂଲଣ୍ଡର ବ୍ୟାଟିଂ ଲାଇନ୍ ଜାସନ ରୟ, ଜୋ ରୁଟ୍‌, ବେନ୍ ଷ୍ଟୋକ୍ସ, ଲିଆମ୍ ଲିଭିଙ୍ଗଷ୍ଟୋନ୍‌, ଜୋସ୍ ବଟଲର ଏବଂ ମୋଇନ୍ ଅଲ୍ଲୀଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କୁ ନେଇ ବେଶ ସୁଦୃଢ଼ ରହିଛି।

ପ୍ରଥମ ମ୍ୟାଚ୍‌ରେ ଭାରତ ଏହି ବ୍ୟାଟିଂ ଲାଇନ୍ ଅପକୁ ଧ୍ୱଂସ କରିବାରେ ସକ୍ଷମ ହୋଇଥିଲା। ତେବେ ଆଜିର ମ୍ୟାଚ୍‌ରେ ଭାରତ କିପରି ପ୍ରଦର୍ଶନ କରିବା ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିବ।
ସାମ୍ଭାବ୍ୟ ପ୍ଲେଇଙ୍ଗ-୧୧

ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶ୍ରେୟସ୍ ଆୟର୍/ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ (ଉଇକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ଯୁଜଭେନ୍ଦ୍ର ଚହଲ, ପ୍ରସିଦ୍ଦ କ୍ରିର୍ଷ୍ଣା।
ଇଂଲଣ୍ଡ: ଜେସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର (ଅଧିନାୟକ/ ଉଇକେଟ୍ କିପର), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲି, ଡେଭିଡ ୱିଲି, କ୍ରେଗ ଓଭରଟନ୍, ବ୍ରେଡେନ୍ କାର୍ସ, ରିସ୍ ଟୋପଲି।

Get real time updates directly on you device, subscribe now.