fbpx

ଭାରତ-ଶ୍ରୀଲଙ୍କା ଅନ୍ତିମ ଟେଷ୍ଟ: କୁଳଦୀପଙ୍କ ସ୍ଥାନରେ ଅକ୍ଷର ପଟେଲ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଚଳିତ ମାର୍ଚ୍ଚ ମାସ ୧୨ରୁ ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ କ୍ରିକେଟ ମ୍ୟାଚ ପାଇଁ ରିଷ୍ଟ ସ୍ପିନର କୁଳଦୀପ ଯାଦବଙ୍କ ସ୍ଥାନରେ ଅନ୍ୟତମ ସ୍ପିନର ଅକ୍ଷର ପଟେଲଙ୍କୁ ଭାରତୀୟ ଦଳରେ ସାମିଲ କରା ଯାଇଛି । କାରଣ ବିସିସିଆଇ ଦ୍ୱିତୀୟ ଟେଷ୍ଟ ପାଇଁ କୁଳଦୀପଙ୍କୁ ରିଲିଜ କରି ଦେଇଥିବା ବେଳେ ଅକ୍ଷର ପଟେଲ ପୁଣି ଦଳକୁ ଫେରିଛନ୍ତି ।

ସୂଚନା ଯୋଗ୍ୟ ଯେ ଅକ୍ଷର ପଟେଲ ଆହତ ଜନିତ ସମସ୍ୟା ନେଇ ଗତ ଦକ୍ଷିଣ ଆଫ୍ରିକା ଗସ୍ତ ଓ ନିକଟରେ ଅନୁଷ୍ଠିତ ୱେଷ୍ଟଇଣ୍ଡିଜ ବି କ୍ଷ ଘରୋଇ ସୀମିତ ଓଭର ସିରିଜ ସହିତ ଚଳିତ ଶ୍ରୀଲଙ୍କା ବି କ୍ଷ ପ୍ରଥମ ଟେଷ୍ଟ ଖେଳି ପାରି ନ ଥିଲେ । ସେହି ରି ଅକ୍ଷର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ମାତ୍ର ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ ହେବା ପରେ ଆଉ କୌଣସି ସମସ୍ୟା ନାହିଁ । ପଞ୍ଜାବର ମୋହାଲିରେ ଅନୁଷ୍ଠିତ ଶ୍ରୀଲ୍କା ବିକ୍ଷ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୨୨୨ ରନରେ ବିଜୟୀ ହୋଇଥିବା ବେଳେ ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଥିବା ଦିବାରାତ୍ର ଟେଷ୍ଟରେ ସଫଳ ହୋଇ କ୍ଳିନ୍‌ ସୁଇପ ବିଜୟ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.