fbpx

ଆଜି ଦ୍ୱିତୀୟ ଟି-୨୦, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ବଞ୍ଚାଇବା ପାଇଁ ଲଢ଼େଇ କରିବ ୱେଷ୍ଟ ଇଣ୍ଡିଜ୍‌

କୋଲକାତା:  ଆଜି ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଟି-୨୦ ଖେଳାଯିବ । ପ୍ରଥମ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିବା ପରେ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ଭାରତୀୟ ଦଳର ନଜର  । ଆଜିର ମ୍ୟାଚ୍‌ରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହ ଭାରତ ସିରିଜ ହାତେଇବାକୁ ଉଦ୍ୟମ କରିବ । ଅନ୍ୟ ପଟରେ ୱେଷ୍ଟ ଇଣ୍ଡିଜ୍‌ ନୂଆ ରଣନୀତି ପ୍ରସ୍ତୁତ କରିଥିବା । ପରାଜୟ ଚେନ୍ ବ୍ରେକ୍ କରିବା ପାଇଁ ସବୁ ଶକ୍ତି ଖଟାଇବା। ନିଜ ସମ୍ମାନ ବଞ୍ଚାଇବା ପାଇଁ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।

ପ୍ରଥମ ମ୍ୟାଚରେ ବିଜୟ ସହ ୧-୦ରେ ସିରିଜରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଶେଷ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କଲେ ସିରିଜ ଉପରେ କବଜା କରିବ ରୋହିତ ସେନା । ତେଣୁ ବିଜୟ ଲକ୍ଷ୍ୟରେ ରୋହିତ ଦ୍ୱିତୀୟ ମ୍ୟାଚ ପାଇଁ ଏକ ବଡ ନିଷ୍ପତ୍ତି ନେଇ ପାରନ୍ତି । ପ୍ଲେଇଙ୍ଗ ଇଲେଭେନରେ ଦୁଇଟି ବଡ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ସହ ବାମହାତୀ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନ ପାଳି ଆରମ୍ଭ କରି ପାରନ୍ତି । ଯଦିଓ ଋତୁରାଜ ଗାଏକ୍ୱାଡ ଜଣେ ଭଲ ବିକଳ୍ପ ଭାବରେ ଦଳରେ ସାମିଳ ହୋଇଛନ୍ତି, ତେବେ ଇଶାନ ଏହି ମ୍ୟାଚ ଖେଳିବା ଏକ ପ୍ରକାର ନିଶ୍ଚିତ । ଏହାପରେ ତୃତୀୟ ସ୍ଥାନରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ଚତୁର୍ଥରେ ୱିକେଟ କିପର ଋଷଭ ପନ୍ତ, ପଞ୍ଚମ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିପାରେ । ତେବେ ଷଷ୍ଠ ସ୍ଥାନ ପାଇଁ ଏକ ପରିବର୍ତ୍ତନ ଆଣି ପାରନ୍ତି କ୍ୟାପଟେନ ରୋହିତ । ଅଲରାଉଣ୍ଡର ଭେଙ୍କଟେଶ ଅୟରଙ୍କ ସ୍ଥାନରେ ସ୍ପିନ ଅଲରାଉଣ୍ଡର ଦୀପକ ହୁହ୍ଡାଙ୍କୁ ଦଳରେ ମୌକା ମିଳିପାରେ ବୋଲି କୁହାଯାଉଛି ।

ୱେଷ୍ଟ ଇଣ୍ଡିଜ୍‌ ଟି-୨୦ଫର୍ମାଟ୍‌ରେ ବେଶ୍‌ ଶକ୍ତିଶାଳୀ । ଦଳରେ ଏକାଧିକ ଅଲ୍‌ରାଉଣ୍ଡର ରହିଛନ୍ତି ଓ ସବୁ ବ୍ୟାଟ୍ସମ୍ୟାନ୍‌ ବିସ୍ଫୋରକ ବ୍ୟାଟିଂ କରିବାରେ ସିଦ୍ଧହସ୍ତ । ପୂର୍ବ ପରାଜୟରୁ ଲକ୍ଷ୍ୟ ରଖି ଘରୋଇ ଟିମ୍‌କୁ ଚକମା ଦେବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ୱେଷ୍ଟ ଇଣ୍ଡିଜ୍‌। ଘରୋଇ ପିଚ୍ ଭାରତୀୟ ଦଳ ସ୍ପିନର ସିଦ୍ଧହସ୍ତ ଥିବା ବେଳେ ୱେଷ୍ଟ ଇଣ୍ଡିଜ୍‌ ବ୍ୟାଟ୍ସମ୍ୟାଚ୍ ନୂଆ ଉପାୟ ସହ ଗ୍ରାଉଣ୍ଡ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି। ଏହା ମ୍ୟାଚ୍ ବିଜୟ ପାଇଁ ୱେଷ୍ଟ ଇଣ୍ଡିଜ୍‌ ଟିମ୍ ନିଜ ସମସ୍ତ ଶକ୍ତି ପ୍ରଦର୍ଶନ କରିବା ସହ ବଜୟ ଲକ୍ଷ୍ୟ ରଖିଛି।

Get real time updates directly on you device, subscribe now.