fbpx

ମସଲା ତିଆରି କରୁଥିବା କମ୍ପାନୀଗୁଡ଼ିକର ହେବ ଯାଞ୍ଚ, କ୍ୱାଲିଟୀ-ସେଫ୍ଟି ପାରାମିଟର୍ସକୁ ନେଇ କରାଯିବ ତର୍ଜମା

ନୂଆଦିଲ୍ଲୀ: ଏଫଏସଏସଏଆଇ ବର୍ତ୍ତମାନ ଏମଡିଏଚ ଏବଂ ଏଭରେଷ୍ଟ ସମେତ ସମସ୍ତ ମସଲା ତିଆରି କରୁଥିବା କମ୍ପାନୀମାନଙ୍କ ପ୍ରଡକ୍ଟର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି । ଗତ କିଛି ଦିନ ତଳେ କମ୍ପାନୀମାନଙ୍କ ମସଲାରେ ପେଷ୍ଟିସାଇପ ମିଳିବାର ସନ୍ଦେହରେ ତିନୋଟି ଦେଶରେ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଥିରେ ଭାରତର ଫୁଡ ସେଫ୍ଟି ରେଗୁଲେଟର ଦେଶ ସାରା ମସଲାକୁ ଟେଷ୍ଟିଙ୍ଗର ଆଦଶେ ଜାରି କରାଯାଇଛି ।

ଏଫଏସଏସଏଆଇର ଅଧିକାରୀମାନେ କହିଛନ୍ତି ଯେ, ମସଲା ସେକ୍ଟରେ ଯାଞ୍ଚ ପ୍ରକ୍ରିୟା ବଢାଯିବ । ବର୍ତ୍ତମାନ ମସଲା ତିଆରି କରୁଥିବା କମ୍ପାନୀ ଗୁଡିକର ମାନ୍ୟୁଫ୍ୟାକଚରିଂ ୟୁନିଟ୍ସର ଇନସ୍ପେକସନ, ସାମ୍ପଲିଙ୍ଗ ଏବଂ ଟେଷ୍ଟିଙ୍ଗର ଆଦେଶ ଜାରି ହୋଇଛି । ଏହି ଯାଞ୍ଚରେ ଭିନ୍ନ ଭିନ୍ନ ପ୍ରକାରର ମସଲାର କ୍ୱାଲିଟୀ ଏବଂ ସେଫ୍ଟି ପାରାମିଟରର ବିଶ୍ଲେଷଣ କରାଯିବ । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଉତ୍ପାଦରେ ଏଥିଲିନ ଅକ୍ସାଇଡ ମିଶ୍ରଣର ତଦନ୍ତ କରାଯିବ । ଟେଷ୍ଟିଙ୍ଗ ପରେ କମ୍ପାନୀମାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.