fbpx

ଆସନ୍ତା ୨୦୨୭ ମସିହା ସୁଦ୍ଧା ଭାରତ ଡାଲିଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭର ହେବ: ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ୨୦୨୭ ମସିହା ସୁଦ୍ଧା ଭାରତ ଡାଲିଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭର ହେବ । ମୁଗ ଓ ଚଣାଡାଲି କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହୋଇସାରିଛି । କିନ୍ତୁ ତଥାପି ବିଦେଶରୁ ଏହା ଆମଦାନୀ କରାଯାଉଛି । ଆଜି ନୂଆଦିଲ୍ଲୀରେ ହରଡ ଡାଲି ଉତ୍ପାଦନ କରୁଥିବା କୃଷକମାନଙ୍କ ଦେୟ ପ୍ରଦାନ ଏବଂ ଡାଲି ସଂଗ୍ରହ ସକାଶେ ପଞ୍ଜିକରଣ ପାଇଁ ଏକ ପୋର୍ଟାଲର ଶୁଭାରମ୍ଭ କରି ଶ୍ରୀ ଶାହା ଏହା କହିଛନ୍ତି ।

ସେ କହିଛନ୍ତି ଗତ ୯ ବର୍ଷ ହେଲା ନରେନ୍ଦ୍ର ମୋଦୀ ସରକାର ଡାଲି ଉତ୍ପାଦନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ୨୦୧୩- ୧୪ ବର୍ଷରେ ଡାଲି ଉତ୍ପାଦନ ୧୯ନିୟୁତ ଟନ୍‍ ଥିବାବେଳେ ୨୦୨୨-୨୩ ବେଳକୁ ଏହା ୨୬ନିୟୁତ ଟନ୍‍କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଶାହା କହିଛନ୍ତି । ଏନ୍‍.ସି.ସି.ଏଫ୍‍ ଓ ନାଫେଡ୍‍ରେ ନିଜକୁ ପଞ୍ଜିକୃତ କରିବା ପାଇଁ ସେ କୃଷକମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ପଞ୍ଜିକୃତ କୃଷକମାନଙ୍କ ଠାରୁ ସର୍ବନିମ୍ନ ସରକାରୀ ମୂଲ୍ୟରେ କେନ୍ଦ୍ର ସରକାର ସବୁ ଡାଲି କିଣିବେ । ଶ୍ରୀ ଶାହା କହିଛନ୍ତି, ପୁଷ୍ଟିହୀନତା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଡାଲିଜାତୀୟ ଶସ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

Get real time updates directly on you device, subscribe now.