fbpx

ଚୀନକୁ ଭାରତର ଶକ୍ତ ଚାପୁଡା, ଶୀତକାଳୀନ ଅଲିମ୍ପିକ୍ସକୁ କଲା ବହିଷ୍କାର

ନୂଆଦିଲ୍ଲୀ: ଭାରତ ସହିତ ଗଲଓ୍ଵାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଆହତ ଯବାନଙ୍କୁ ଚୀନ ପକ୍ଷରୁ ଶୀତକାଳୀନ ଅଲିମ୍ପିକ୍ସରେ ମଶାଲବାହକ କରାଯିବା ଉପରେ କଡା ଆପତ୍ତି ପ୍ରକାଶ କରିଛି ଭାରତ। ଏପରିକି ଅଲିମ୍ପିକ୍ସର ଉଦଘାଟନ ସମାରୋହକୁ ବହିଷ୍କାର କରିଛି ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଗଲଓ୍ଵାନ ସଂଘର୍ଷରେ ସାମିଲ୍ ଚୀନ କମାଣ୍ଡରଙ୍କୁ ମଶାଲବାହକ କରି ଶୀତକାଳୀନ ଅଧିବେଶନର ରାଜନୀତିକରଣ କରିଛି।

ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ ଭାରତର ପ୍ରଭାରୀ ରାଷ୍ଟ୍ରଦୂତଙ୍କୁ ଅଲିମ୍ପିକ୍ସର ଉଦଘାଟନ ସମାପନ ସମାରୋହରେ ସାମିଲ୍ ନହେବାକୁ କୁହାଯାଇଛି। ସେ କହିଛନ୍ତି, ଚୀନକୁ ଅଲିମ୍ପିକ୍ସକୁ ନେଇ ରାଜନୀତି କରିବାର ନଥିଲା। ଆମେରିକା ସହିତ ଅନେକ ୟୁରୋପୀୟ ଦେଶଗୁଡିକ ଦ୍ଵାରା ଅଲିମ୍ପିକ୍ସକୁ ନେଇ ପ୍ରଶ୍ନ ଉଠିଛି। ଏହାକୁ ଚୀନ ତୀବ୍ର ବିରୋଧ କରିଛି। ଚୀନ ଖୋଦ୍ ଶୀତକାଳୀନ ଅଲିମ୍ପିକ୍ସକୁ ରାଜନୀତିର ଆଖଡା କରି ଅନ୍ୟ ବିରୋଧରେ ଅପପ୍ରଚାର କରୁଥିବା ଭାରତ କହିଛି।

ଗଲଓ୍ଵାନ ଘାଟି ସଂଘର୍ଷରେ ଆହତ ଯବାନଙ୍କୁ ଚୀନ ପକ୍ଷରୁ ଶୀତକାଳୀନ ଅଲିମ୍ପିକ୍ସରେ ମଶାଲବାହକ କରାଯିବାକୁ ଆମେରିକା ମଧ୍ୟ ନିନ୍ଦା କରିଛି। ଚୀନର ଏହି ପଦକ୍ଷେପକୁ ଅତ୍ୟନ୍ତ ଲଜ୍ଜାଜନକ କହିଛି ଆମେରିକା। ଡ୍ରାଗନକୁ ରାଜନୀତିକରଣରୁ ଦୂରେଇ ରହିବା ଉଚିତ୍ ବୋଲି ବାଇଡେନ୍ ପ୍ରଶାସନ କହିଛନ୍ତି।

ଭାରତ ଏବଂ ଚୀନ ମଧ୍ୟରେ ଲଦାଖ ସହିତ ଅନେକ ଅଞ୍ଚଳରେ ବିବାଦ ଲାଗି ରହିଛି। ଦୁଇ ପକ୍ଷ ମଧ୍ୟରେ ଏ ପର୍ଯ୍ୟନ୍ତ ୧୪ ପର୍ଯ୍ୟାୟରେ ଆଲୋଚନା ହୋଇ ସାରିଛି। ମାତ୍ର ଏ ଯାଏଁ କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହାନ୍ତି ଦୁଇ ଦେଶ। ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବା ଉପରେ ଜୋର ଦେଇଥିବା ବେଳେ ତୃତୀୟ ପକ୍ଷ ହସ୍ତକ୍ଷେପକୁ ବିରୋଧ କରିଛନ୍ତି।

Get real time updates directly on you device, subscribe now.