fbpx

‘ଆକ୍ରମଣ କରିବାକୁ ପଛାଇବ ନାହିଁ ଭାରତ’, ପାକିସ୍ତାନ-ଚୀନ୍ ଉସକାଇଲେ ଭୋଗିବାକୁ ପଡ଼ିବ ପରିଣାମ: ଆମେରିକା ଗୁଇନ୍ଦା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପଡୋଶୀ ପାକିସ୍ତାନ ଏବଂ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବାର ସମ୍ଭାବନା ଅଧିକ ରହିଛି। ଆମେରିକାର ଇଣ୍ଟେଲିଜେନ୍ସ ବ୍ୟୁରୋର ବାର୍ଷିକ ମୂଲ୍ୟାଙ୍କନ ରିପୋର୍ଟ ଅନୁଯାୟୀ ଯଦି ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପାଏ ତେବେ ସାମରିକ ବଳ ସହିତ ଜବାବ ଦେବାର ସମ୍ଭାବନା ଅଧିକ। ଏଥି ସହିତ ଭାରତ ଏବଂ ଚୀନ୍ ମଧ୍ୟରେ ସୀମାରେ ବିବାଦୀୟ ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ହେତୁ ଦୁଇ ପରମାଣୁ ଶକ୍ତି ମଧ୍ୟରେ ସଶସ୍ତ୍ର ମୁହାଁମୁହିଁ ହେବାର ଆଶଙ୍କା ମଧ୍ୟ ବଢୁଛି।

ମୋଟାମୋଟି ଭାବେ ଯଦି ଏହି ଦୁଇ ପଡ଼ୋଶୀ ଭାରତକୁ ଉସକେଇବାକୁ ଚେଷ୍ଟା କରନ୍ତି, ତେବେ ଭାରତ ଏହାର ମୁହଁତୋଡ଼ ଜବାବ ଦେଇପାରେ। ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ ଗଲୱାନ୍ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଯାହା ଅନେକ ଦଶନ୍ଧି ପରେ ଚିନ୍ତାର କାରଣ ପାଲଟିଛି। ବିବାଦୀୟ ସିମାରେ ଦୁଇ ଦେଶ ପକ୍ଷରୁ ସୈନ୍ୟ ମୁତୟନ ବୃଦ୍ଧି ପାଇବା ଏକ ବଡ଼ କାରଣ ବୋଲି କୁହାଯାଉଛି।

ସେହିପରି ଭାରତ ଓ ପାକିସ୍ତାନ ଭଳି ଦୁଇ ଆଣବିକ ସଶସ୍ତ୍ର ଦେଶ ମଧ୍ୟରେ ବଢୁଥିବା ବିବାଦ ଏକ ବଡ଼ ସଙ୍କଟ ଆଡ଼କୁ ଗତି କରିବାର ଆଶଙ୍କା ୨୦୨୧ ଆରମ୍ଭରେ ଉଭୟ ପକ୍ଷ ନିୟନ୍ତ୍ରଣ ରେଖା ସହିତ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ସମ୍ଭବତ ସ୍ଥିତି ଶାନ୍ତ ରହିଛି। ଏହାପରେ ଦୁଇ ଦେଶ ସମ୍ପର୍କରେ ସୁଧାର ଆଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କିନ୍ତୁ ଭାରତ ବିରୋଧୀ ଉଗ୍ରବାଦୀ ଦଳକୁ ସମର୍ଥନ କରିବାର ପାକିସ୍ତାନର ଏକ ଦୀର୍ଘ ଇତିହାସ ରହିଛି ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପାକିସ୍ତାନର କୌଣସି ଉସକାଇବା ଭଳି କାର୍ଯ୍ୟର ସାମରିକ ବାହିନୀ ସହିତ ପ୍ରତିକ୍ରିୟାଶୀଳ ହେବାର ସମ୍ବାବନା ରହିଛି।

Get real time updates directly on you device, subscribe now.