fbpx

(Women Dance Viral Video): ଭାରି ପଡିଗଲା ଭିକିଙ୍କ ଷ୍ଟେଫ, ତୌବା ତୌବା କାଳ ସାଜିଲା, ବ୍ୟାଲେନ୍ସ ବିଗିଡିଲା…ବର୍ତ୍ତିଲେ ମହିଳା

ଓଡିଶା ଭାସ୍କର: ସୋସିଆଲ ମିଡିଆ ମାନିଆରେ ଏବେ ସାରା ଦୁନିଆ । ଭାଇରାଲ ହେବା ବେଳେବେଳେ ଭାରି ବି ପଡିପାରେ । ସାଧାରଣତଃ ଲୋକପ୍ରିୟତା ହାସଲ ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ମଧ୍ୟ ସାଜିଛି । ଫେମସ ହେବା ଚକ୍କରରେ ଆଜିକାଲି ଲୋକେ କାଳ ସ୍ଥାନ ପାତ୍ର ନ ଦେଖି ବି ଭିଡିଓ ବନାଇବାରେ ଲାଗି ପଡନ୍ତି । ଏମିତି ଭାବରେ ଲୋକଙ୍କ ଜୀବନ ଯାଉଥିବାର ଘଟଣା ବି ଦୃଷ୍ଟିଗୋଚର ହୋଇଥାଏ ।

 

View this post on Instagram

 

A post shared by srelekha paul (@mona_dance_)

ଏହିକ୍ରମରେ ଏମିତି ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛି । ଯେଉଁଥିରେ ସେ ସଡକ ପାଶ୍ୱର୍ରେ ରିଲ୍ସ ବନାଉଛନ୍ତି । ସେ ଏହି ସମୟରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଉଛନ୍ତି । ଅଭିନେତା ଭିକି କୌଶଳଙ୍କ ‘ତୈବା ତୌବ’ ଗୀତରେ ସେ ରିଲ୍ସ କରୁଛନ୍ତି । ମହିଳା ଜଣକ ଅବିକଳ ତାକୁ କପି କରୁଛନ୍ତି । ମାତ୍ର ମହିଳାଙ୍କ ସହ ଭିଡିଓ ରିଲ୍ସ ବନାଇବା ସମୟରେ ଏମିତି କିଛି ଘଟୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଓ ସମସ୍ତେ ରୋଚକ ସାଉଁଟୁଛନ୍ତି ।

‘ତୌବା ତୌବା’ ଷ୍ଟେପ କରୁଥିବା ସମୟରେ ଅଚାନକ ମହିଳା ଜଣକଙ୍କ ଭାରସାମ୍ୟ ହରାଉଛନ୍ତି ଓ ତାଙ୍କର ତୌବା ତୌବା ହୋଇଯାଉଛି । ସେ ଭାରସାମ୍ୟ ହରାଇ ତଳେ ପଡି ଯାଉଛନ୍ତି । ଯାହା ଭିଡିଓରେ ଦେଖିବାକୁ ମିଳୁଛି । ମାତ୍ର ମହିଳା ଜଣକ ଏହାକୁ ଖାତିର ନ କରି ପୁନଃ ଡ୍ୟାନ୍ସ କରିବାରେ ଲାଗୁଛନ୍ତି । ଭିଡିଓକୁ ଦେଖି ଲୋକେ ଆଚମ୍ବିତ ହେଉଛନ୍ତି ଏଥିପାଇଁ ଯେ, ତାଙ୍କର ପାଶ୍ୱର୍ ଦେଇ ଅନେକ ଗାଡି ଓ ବସ ଯାଉଛି ।

ସୋସିଆଲ ମିଡିଆ ଆକାଉଣ୍ଡ mona_ dance_ରେ ଏହାକୁ ସେୟାର କରାଯାଇଛି । ବର୍ତ୍ତମାନ ଯାଏଁ ଏହି ଭିଡିଓକୁ ପ୍ରାୟ ୩୩ ମିଲିୟନ ଲୋକ ଦେଖି ସାରିଛନ୍ତି । ଭିଡିଓକୁ ଦେଖି ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଲେଖିଛନ୍ତି ଯେ, ‘ବସ ଟକ୍କର ମାର ଦେତି ତୋ’ । ସେପଟେ ଆଉ ଜଣେ କମେଣ୍ଟସ କରିଛନ୍ତି, ଦୁର୍ଘଟଣା ପାଇଁ କେବଳ ଗାଡି ଚାଳକ ନୁହେଁ ବରଂ ଏମିତି ଲୋକମାନେ ବି ଦାୟୀ ।

Get real time updates directly on you device, subscribe now.