fbpx

ଭାରତ ଜିତିଲା ୪ର୍ଥ ସ୍ୱର୍ଣ୍ଣ: ପଦକ ସଂଖ୍ୟା ୧୬ରେ ପହଞ୍ଚିଲା

ନୂଆଦିଲ୍ଲୀ: ଏସିଆନ ଗେମ୍ସର ଚତୁର୍ଥ ଦିନରେ ଭାରତ ଭଲ ପ୍ରଦର୍ଶନରୁ ଦିନ ଆରମ୍ଭ କରିଛି । ଭାରତ ୪ର୍ଥ ସ୍ୱର୍ଣ୍ଣ ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିଛି । ଶୁଟିଂର ୨୫ମି ପିସ୍ତଲ ଇଭେଣ୍ଟରେ ମହିଳା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ୫୦ମି ରାଇଫଲରେ ଭାରତୀୟ ମହିଳା ଟିମ୍ ୩ୟ ସ୍ଥାନ ଅଧିକାର କରି ପଦକ ସଂଖ୍ୟା ୧୫ରେ ପହଞ୍ଚାଇଥିଲେ ।

ଚତୁର୍ଥ ଦିନ ଆରମ୍ଭରୁ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ମାନୁ ଭାକର, ଇଶା ସିଂହ ଓ ଆର. ସାଙ୍ଗୱାନ ଶୁଟିଂରେ ସ୍ୱର୍ଣ୍ଣ ହାସଲ କରିଥିଲେ । ସେହିପରି ମହିଳା ୫୦ମି ରାଇଫଲ ୩ ପୋଜିସନ ଟିମ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୧୬ରେ ପହଞ୍ଚିବା ସହ ଭାରତର ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି ।

ଏସିଆନ ଗେମ୍ନରେ ବର୍ତ୍ତମାନ ସୁଦ୍ଧା ଚୀନ ୪୪ଟି ସ୍ୱର୍ଣ୍ଣ ସହ ମୋଟ ୭୩ଟି ପଦକ ହାସଲ କରିଛି । ସେହିପରି କୋରିଆ ୧୧ଟି ସ୍ୱର୍ଣ୍ଣ ସହ ୩୮ଟି ପଦକ, ଜାପାନ ୬ଟି ସ୍ୱର୍ଣ୍ଣ ସହ ୩୨ଟି ପଦକ, ଉଜବେକିସ୍ତାନ ୪ଟି ସ୍ୱର୍ଣ୍ଣ ସହ ୧୭ଟି ପଦକ, ହଂକଂ ୩ଟି ସ୍ୱର୍ଣ୍ଣ ସହ ୧୪ଟି ପଦକ ହାସଲ କରିଛନ୍ତି । ଭାରତ ଆଗକୁ ଆହୁରି ପଦକ ହାସଲ କରିବାର ସମ୍ଭାବନା ରହିଛି । ୧୯ତମ ଏସୀୟ କ୍ରୀଡ଼ାରେ ଭାରତ ପକ୍ଷରୁ ମୋଟ ୬୫୫ ଜଣ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି । ସେମାନେ ୪୦ଟି ବିଭାଗରେ ନିଜ ନିଜର ପାରଦର୍ଶିତା ଦେଖାଇବେ ।

Get real time updates directly on you device, subscribe now.