fbpx

ଏସୀୟ କ୍ରୀଡ଼ା: ମହିଳା ଲଙ୍ଗ ଜମ୍ପରେ ଭାରତକୁ ରୌପ୍ୟ ପଦକ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାରେ ଭାରତ ତା’ର ଜୟଯାତ୍ରା ଅବ୍ୟାହତ ରଖିଛି । ଆଜି କ୍ରୀଡ଼ାର ୯ମ ଦିନ ହୋଇଥିବା ବେଳେ ଏହା ମଧ୍ୟରେ ଭାରତୀୟ ଆଥଲେଟମାନେ ପଦକ ଉପରେ କବଜା କରିବା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ମହିଳା ଲଙ୍ଗ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି । ଆନ୍ସି ସୋଜାନ ଏଡାପ୍ପିଲ୍ଲି ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ।

ଆନ୍ସି ୬.୬୩ ମିଟର ଲଙ୍ଗ ଜମ୍ପ ପ୍ରଦର୍ଶନ କରି ଏହି ପଦକ ଜିତିଥିଲେ । ଅନ୍ୟ ଭାରତୀୟ ଆଥଲେଟ ଶାଇଲି ସିଂହ ୬.୩୮ ମିଟର ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ରହିଥିଲେ । ଶିକି ଜିଓଙ୍ଗ ୬.୭୪ ମିଟର ପ୍ରଦର୍ଶନ କରି ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆନ୍ସି ପ୍ରଥମେ ୬.୧୩ ମିଟର ଲଙ୍ଗ ଜମ୍ପ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ପ୍ରୟାସରେ ୬.୪୯ ମିଟର ଓ ତୃତୀୟ ପ୍ରୟାସରେ ୬.୫୬ ମିଟର ପ୍ରଦର୍ଶନ କରିଥିଲେ ।

ଏହାପରେ ସେ ଚତୁର୍ଥ ପ୍ରୟାସରେ ୬.୩୦ ମିଟର ଓ ପଞ୍ଚମ ପ୍ରୟାସରେ ୬.୬୩ ମିଟର ପ୍ରଦର୍ଶନ କରିଥିଲେ । ସେହିପରି ୧୯ ବର୍ଷୀୟା ଶାଇଲି ୬.୩୮ ମିଟର ବେଷ୍ଟ ପ୍ରଦର୍ଶନ କରିବା ପରେ ୬.୩୪ ମିଟର, ୬.୧୫ ମିଟର ଓ ୬.୩୧ ମିଟର ପ୍ରଦର୍ଶନ କରିଥିଲେ । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୫୬ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରେ ୧୩ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୨୪ଟି ବ୍ରୋଞ୍ଜ ରହିଛି ।

Get real time updates directly on you device, subscribe now.