fbpx

ଏୟାରଲିଫ୍ଟ ହେବେ ଭାରତୀୟ: ମୋଦୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଶତାଧିକ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ କରାଯିବ ଏୟାରଲିଫ୍ଟ । ଏନେଇ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୂତ୍ରରୁ ମିଳିଥିବା ଖବର ମୁତାବକ, ଅପରେସନ ଗଙ୍ଗା ଅଧିନରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ବାହାର କରିବାକୁ ଏୟାରଫୋର୍ସକୁ ଦାୟିତ୍ୱ ଦିଆଯାଇଛି । ଭାରତୀୟ ବାୟୁସେନାର ସି-୧୭ ବିମାନ ଏଥିପାଇଁ ବ୍ୟବହାର କରାଯିବ । ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହ ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । କିଭରେ ଥିବା ଭାରତୀୟଙ୍କ ପାଇଁ ଆଲର୍ଟ ଜାରି ହୋଇଛି । କେତେବେଳେ କିଛି ବି ଘଟିପାରେ । ଆଜି ହିଁ ତୁରନ୍ତ କିଭ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ପ୍ରକାର ବାହାରି ଆସିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଟ୍ରେନ ହେଉ କି ବସ୍, ଯେମିତି ହେଉ ବାହାରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ବାବଦରେ ଦୂତାବାସ ଅବଗତ କରାଇଛି ।

Get real time updates directly on you device, subscribe now.