fbpx

ବଦଳିଯିବ ଭାରତୀୟ ବାୟୁସେନା (IAF)ର ନାମ, ଏହି ନାମରେ ପରିଚିତ ହେବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଏହାର ନାମ ପରିବର୍ତ୍ତନ ଲାଗି ପୁରା ପ୍ରସ୍ତୁତି କରିସାରିଛି । ଆଗାମୀ ଦିନରେ ଏହାକୁ ଭାରତୀୟ ବାୟୁ ଏବଂ ଅନ୍ତରୀକ୍ଷ ସେନା ଅର୍ଥାତ୍ ଇଣ୍ଡିଆନ୍ ଏୟାର ଆଣ୍ଡ ସ୍ପେସ୍ ଫୋର୍ସ (Indian Air And Space Force – IASF ) ବୋଲି କୁହାଯିବ ।

ଭାରତୀୟ ବାୟୁସେନାର ଲକ୍ଷ୍ୟ ରହିଛି ଏହା କେବଳ ବିଶ୍ୱର ଏକ ଶକ୍ତିଶାଳୀ ବାୟୁସେନା ନୁହେଁ ବରଂ ଭରସାଯୋଗ୍ୟ ଏରୋସ୍ପେସ୍ ରୂପରେ ବି ଜଣାଯାଉ । ଏଥିଲାଗି ଭାରତୀୟ ବାୟୁସେନା ପକ୍ଷରୁ ଏକ ଡକ୍ଟ୍ରିନ ପ୍ରସ୍ତୁତ କରାଯାଇଛି ଯାହାର ନାମ Space Vision 2047  । ଏହି ଭିଜନ ଜରିଆରେ ଏୟାରଫୋର୍ସ ଇସ୍ରୋ, ଡିଆରଡିଓ, ଇନ୍ ସ୍ପେସ୍ ଓ ଅନ୍ୟ ଘରୋଇ କମ୍ପାନୀ ସହ ମିଶି ଏକ ବୁଝାମଣା କରିବ । ଏହି ବୁଝାମଣା ବଳରେ ଏପରି ଏକ ପରିବେଶ ସୃଷ୍ଟି ହେବ ଯେଉଁଠାରେ ସ୍ପେସ୍ ଟେକ୍ନୋଲଜିର ଗତିକୁ ଆହୁରି ପ୍ରୋତ୍ସାହନ ମିଳିବ ।

ଭାରତୀୟ ଏୟାରଫୋର୍ସର ଆଶା ଖୁବ୍ ଶୀଘ୍ର ସରକାର ତାଙ୍କ ଦାବୀକୁ ମାନିନେବେ । ଭାରତୀୟ ବାୟୁସେନା ଏବେ ପୁରା କ୍ଷମତା ଓ ସ୍ୱତନ୍ତ୍ରତାର ସହ ନିର୍ଣ୍ଣୟ ନେଉଥିବା ସ୍ପେସ୍ କମାଣ୍ଡ ପ୍ରସ୍ତୁତି ଦିଗରେ ଯୋଜନା କରୁଛି । ଏଥିପାଇଁ ଅନ୍ତରୀକ୍ଷରେ ଭାରତୀୟ ବାୟୁସେନାର ୧୦୦ ଉପଗ୍ରହ ରହିବ ଯାହା ଶତ୍ରୁର ସମସ୍ତ ଗତିବିଧି ଉପରେ ନଜର ରଖିବ ।

ଏବେ ଭାରତୀୟ ବାୟୁସେନା ପାଖରେ ସଂପୂର୍ଣ୍ଣ ଭାବରେ ଅଟୋମେଟେଡ୍ ଆଣ୍ଡ ଡିଫେନ୍ସ ନେଟୱାର୍କ ରହିଛି ଯାହାକୁ ଇଣ୍ଟିଗ୍ରେଟେଡ୍ ଏୟାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ (IACCS ) କୁହାଯାଏ । ଏହା ପରବର୍ତ୍ତୀ ସମୟରେ ବଦଳି ଯାଇ (IASCCS ) କୁହାଯିବ ।

Get real time updates directly on you device, subscribe now.