ପହଲଗାମ୍ ଆତଙ୍କୀ ଆକ୍ରମଣ, ବାୟୁସେନା ଯବାନ ସହିଦ୍

କେବଳ ଭାରତୀୟ ନୌସେନା ଅଧିକାରୀ ନୁହଁନ୍ତି ବାୟୁ ସେନା ଅଧିକାରୀ ମଧ୍ୟ ମୃତ।

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା, କେବଳ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲ ନୁହେଁ ଏହି ହମଲାରେ ମଧ୍ୟ ଭାରତୀୟ ବାୟୁ ସେନାର ଜଣେ ଅଧିକାରୀ ପ୍ରାଣ ହରାଇ ସହିଦ୍ ହୋଇଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ବାୟୁସେନାର CPL ଟେଗ୍ ହେଲଓ୍ୱାଙ୍ଗ ପ୍ରାଣ ହରାଇଛନ୍ତି। ଏନେଇ ଇଣ୍ଡିଆନ ଏୟାର ଫୋର୍ସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।

ଏପରି ଦୁଃଖର ମୁହୂର୍ତ୍ତରେ ଭାରତୀୟ ବାୟୁସେନା ଟେଗ୍ ହେଲଓ୍ୱାଙ୍ଗଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି। ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ନିର୍ମମ ଭାବରେ ହତ୍ୟା କରାଯାଇଥିବା ମୋଟ ୨୬ ଜଣଙ୍କ ମଧ୍ୟରେ ଭାରତୀୟ ନୌସେନା ଅଧିକାରୀ ବିନୟ ନରୱାଲଙ୍କ ସହ ଟେଗ୍ ହେଲଓ୍ୱାଙ୍ଗଙ୍କର ମଧ୍ୟ ମୃତ୍ୟୁ ହୋଇଛି।