fbpx

ଶତ୍ରୁ ହୁସିଆର: ଭାରତୀୟ ସେନାକୁ ମିଳିଲା ଦୁଇ ଘାତକ ଅସ୍ତ୍ର, ସୁରକ୍ଷିତ ରହିବେ ସେନା

Advertisement

ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀର ସହିତ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ନା କରିବାକୁ ପଡୁଥିବା ବିଭିନ୍ନ ପ୍ରକାରର ଆହ୍ୱାନକୁ ସାମ୍ନାରେ ରଖି ଭାରତୀୟ ସେନା ନିଜ ଲାଗି ଘାତକ ଅସ୍ତ୍ର ପ୍ରସ୍ତୁତ କରିଛି । ଏହି ଘାତକ ଅସ୍ତ୍ର ସାହାଯ୍ୟରେ ଭାରତୀୟ ସେନା ରାତିରେ ବି ଏହାର ଅପରେସନ ବିନା କୌଣସି ବାଧାରେ ଜାରି ରଖିପାରିବ । ଏହା ସହିତ ଏବେ ଭାରତୀୟ ଯବାନ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନରେ ନିଜ ଜୀବନକୁ ବିପଦରେ ପକାଇବାର ବି କୌଣସି ଆବଶ୍ୟକତା ପଡିବ ନାହିଁ ।

ଭାରତୀୟ ସେନାକୁ ମିଳିଥିବା ୨ ଅସ୍ତ୍ର ମଧ୍ୟରୁ ଗୋଟିଏ ଅସ୍ତ୍ର ଶତ୍ରୁକୁ ସାମାନ୍ୟତମ ସୂଚନା ନ ଦେଇ ଅପରେସନ ଏରିଆରେ ଏପରି ଆଲୋକ ସୃଷ୍ଟି କରିବ ଯାହା କେବଳ ଭାରତୀୟ ସେନା ଯବାନଙ୍କୁ ହିଁ ଦେଖାଯିବ । ଏହି ଆଲୋକ ଜରିଆରେ ଅନ୍ୟ ଘାତକ ଅସ୍ତ୍ର ଅପରେସନ ଏରିଆରେ ଉଡି ଉଡି ପହଞ୍ଚିବ ଓ ଖୋଜି ଖୋଜି ସମସ୍ତ ଶତ୍ରୁଙ୍କୁ ନିପାତ କରିବ । ଏହି ଦୁଇ ଅସ୍ତ୍ର ସହାୟତାରେ ଚାଲିଥିବା ଅପରେସନରେ ଭାରତୀୟ ସେନା ଯବାନଙ୍କୁ କେବଳ ଅପରେସନ ଉପରେ ଦୃଷ୍ଟି ରଖିବାକୁ ରଖିବାକୁ ପଡିବ ।

ଆମେ ଯେଉଁ ଘାତକ ଅସ୍ତ୍ର ବିଷୟରେ କହୁଛୁ ସେଥିମଧ୍ୟରୁ ପ୍ରଥମଟି ହେଉଛି ଟିରିଲ ଅର୍ଥାତ୍ ଟ୍ରାକ୍ଟିକାଲ ଇନଫ୍ରାରେଡ୍ ଇଲୁମିନେସନ । ଏହା ଦୁଇ ଡିଭାଇସେସର ଏକ ସେଟ୍ ଅଟେ । ପ୍ରଥମ ଡିଭାଇସ୍ ଏକ ଏକ ସ୍ୱତନ୍ତ୍ର ଆଲୋକ ସୃଷ୍ଟି କରିବ ଯାହା ସାଧାରଣ ଆଖିରେ ଦେଖାଯିବ ନାହିଁ । ଏହାର ଦ୍ୱିତୀୟ ଡିଭାଇସ୍ ଏକ ଖାସ୍ ପ୍ରକାରର ଦୂରବିକ୍ଷଣ ଯନ୍ତ୍ର ଯାହା ସେହି ଆଲୋକକୁ ଦେଖିପାରିବ । ଭାରତୀୟ ସେନା ପ୍ରଥମେ ହ୍ୟାଣ୍ଡ ଗ୍ରେନେଡ ପରି ଏହି ଡିଭାଇସକୁ ଫିଙ୍ଗିବ । ପରେ ରିମୋଟ ଜରିଆରେ ଏହାକୁ ଅପରେସନ ଏରିଆରେ ଅନ୍ କରିବ । ଏକ ଆଲୋକ ସୃଷ୍ଟି ହେବା ପରେ ଦ୍ୱିତୀୟ ଡିଭାଇସ୍ ସହାୟତାରେ ଶତ୍ରୁର ପୋଜିସନ ଓ ଗତିବିଧିକୁ ଆକଳନ କରି ରଣନୀତି ପ୍ରସ୍ତୁତ କରିବ । ଘନ ଅନ୍ଧାରରେ ବି ଏହି ଡିଭାଇସ୍ ଦ୍ୱାରା ଶତ୍ରୁର ଠାବ କରାଯାଇପାରିବ ।

Get real time updates directly on you device, subscribe now.