ଛୁଟିରେ ଘରକୁ ଆସିଥିଲେ ଭାରତୀୟ ସେନା କର୍ମଚାରୀ, ଅପହରଣ ପରେ ହତ୍ୟା

ମଣିପୁର : ଭାରତୀୟ ସେନାର ଜଣେ ସିପାହୀ ଛୁଟି କାଟିବା ପାଇଁ ଘରକୁ ଆସିଥିଲେ । ତାଙ୍କୁ କିଛି ଅଜଣା ଲୋକ ପ୍ରଥମେ ଅପହରଣ କରିଥିଲେ ଏହା ପରେ ତାଙ୍କ ହତ୍ୟା ହୋଇଥିଲା । ତାଙ୍କ ଅପହରଣ ସେତେବେଳେ କରା ଗଲା ଯେତେବେଳେ ସେ ଛୁଟିରେ ନିଜ ଘରେ ଥିଲେ । ତାଙ୍କୁ ମଣିପୁର ଲିମାଖୋଙ୍ଗ ଡିଏସସି ପ୍ଲାଟୁନରେ ନିଯୁକ୍ତି ମିଳିଥିଲା । ତାଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ତାଙ୍କର ଦୁଇଟି ଝିଅ ଅଛନ୍ତି । ଆଜି ସକାଳ ୯.୩୦ ମିନିଟରେ ତାଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅପହରଣ ଶନିବାର ସକାଳ ୧୦ଟାରେ ହୋଇଥିଲା । ତାଙ୍କୁ ପୂର୍ବତ୍ତର ରାଜ୍ୟ ଲିମଖୋଙ୍ଗ ଅଞ୍ଚଳରେ ନିଯୁକ୍ତ କରାଯାଇଥିଲା । ଏହି ଘଟଣାର ପ୍ରତ୍ୟେକ୍ଷ ଦର୍ଶୀ ହେଉଛନ୍ତି ତାଙ୍କ ୧୦ ବର୍ଷର ଝିଅ ।ତାଙ୍କ ଝିଅଙ୍କ କହିବା ଅନୁସାରେ ୩ ଜଣ ଅଜାଣ ଲୋକ ଆସି ତାଙ୍କ ବାପାଙ୍କୁ ହଠାତ ନେଇ ଯାଇଥିଲେ । ଏହା ପରେ ତାଙ୍କ ଶବ ରବିବାର ସକାଳ ୯.୩୦ରେ ଠାବ ହୋଇଥିଲା । ପୋଲିସ କହିବା ଅନୁସାରେ ଶବର ଚିହ୍ନଟ ତାଙ୍କ ପରିବାର ଲୋକ କରିଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ମୁଣ୍ଡରେ ଗୁଳି ବାଜିବା ଚିହ୍ନ ଅଛି । ଏବେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ । ଏହା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ।