fbpx

(Video) ପେଟ୍ରୋଲିଂ ସମୟରେ ବନ୍ୟା ଜଳରେ ଭାସିଗଲେ ୨ ସେନା, ଜାରି ରହିଛି ଉଦ୍ଧାର କାର୍ଯ୍ୟ

Advertisement

ଜାମ୍ମୁ: ଜାମ୍ମୁ କାଶ୍ମୀରର ଦୂର ପୁଞ୍ଚ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏକ ନଦୀ ପାର ହେଉଥିବା ବେଳେ ଭାରତୀୟ ସେନାର ନାଏବ ସୁବେଦାର କୁଲଦୀପ ସିଂ ବନ୍ୟାରେ ଭାସି ଯାଇଛନ୍ତି। ଜାମ୍ମୁରେ ପ୍ରତିରକ୍ଷା ବିଭାଗର PRO ଅନୁଯାୟୀ, ପୁଞ୍ଚର ପୋଶାନା ନଦୀରେ ଦୁଇ ସେନା ଭାସି ଯାଇଥିବା ଖବର ସାମ୍ନାକୁ ଆସିଛି। ବନ୍ୟାରେ ବୁଡ଼ିଯାଇଥିବା ଦୁଇ ଭାରତୀୟ ସେନାଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଅଧିକାରୀଙ୍କ କହିବାନୁସାରେ, ଉଭୟ ସୈନିକ ପ୍ରବଳ ବର୍ଷା ଯୋଗୁଁ ବନ୍ୟାରେ ଭାସିଯାଇଥିବା ବେଳେ ସୁରାନକୋଟେ ଅଞ୍ଚଳରେ ପୋଶାନା ଠାରେ ଡୋଗ୍ରା ନାଲା ଅତିକ୍ରମ କରୁଥିଲେ। ସେନା, ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ (SDRF) ର ମିଳିତ ପ୍ରୟାସରେ ପ୍ରବଳ ସ୍ରୋତରେ ଭାସି ଯାଇଥିବା ଯବାନମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି।

ତେବେ ଉଭୟ ଯବାନ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି। ଗୁରୁବାର ରାତିରୁ ଲଗାତାର ବର୍ଷାରେ ପ୍ରବାହିତ ହେଉଥିବା ସମସ୍ତ ନଦୀ ଓ ଡ୍ରେନରୁ ଦୂରରେ ରହିବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ପୋଲିସ ପରାମର୍ଶ ଦେଇଛି।

Get real time updates directly on you device, subscribe now.