fbpx

ମଣିପୁରରେ ଭାରତୀୟ ସେନାର ଜେସିଓଙ୍କୁ ଘରୁ ଅପହରଣ କରିନେଲେ ଦୁର୍ବୃତ୍ତ; ସର୍ଚ୍ଚ ଅପରେସନ ଜାରି

Advertisement

ଇମ୍ଫାଲ୍: ଭାରତୀୟ ସେନାର ଜଣେ କନିଷ୍ଠ କମିଶନଅଫିସରଙ୍କୁ ମଣିପୁରର ଥୋବାଲ ଜିଲ୍ଲାରେ ଥିବା ତାଙ୍କ ବାସଭବନରୁ ଅପହରଣ କରାଯାଇଛି। ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। କୋହିମାରେ ଅବସ୍ଥାପିତ ଭାରତୀୟ ସେନାର ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ଶୁକ୍ଳା କହିଛନ୍ତି, ଅପହରମ ହୋିଥିବା ଅଧିକାରୀଙ୍କୁ ଉଦ୍ଧାର କରିବା ପାଇଁ ଅଞ୍ଚଳରେ ଅପରେସନ୍ ଆରମ୍ଭ ହୋଇଛି। ଅପହରଣ ହୋଇଥିବା ଜେସିଓ ଜଣକ ହେଲେ ଥୋବାଲ ଉପତ୍ୟକା ଜିଲ୍ଲାର ବାସିନ୍ଦା କୋନସମ ଖେରା ସିଂ।

ବର୍ତ୍ତମାନ ସେ ଛୁଟିରେ ଘରେ ଥିଲେ ଏବଂ ଶୁକ୍ରବାର ସକାଳ ପ୍ରାୟ ୯ଟାରେ ତାଙ୍କୁ ତାଙ୍କ ବାସଭବନରୁ ଅପହରଣ କରାଯାଇଥିଲା। ଅପହରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅପହୃତ ଅଧିକାରୀଙ୍କୁ ଉଦ୍ଧାର କରିବା ପାଇଁ ସୁରକ୍ଷା ବାହିନୀ ଏକ ସମନ୍ୱିତ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି ଏବଂ ଜାତୀୟ ରାଜପଥରୁ ଆଖପାଖ ଅଞ୍ଚଳକୁ ସମସ୍ତ ଯାନବାହନ ଯାଞ୍ଚ କରାଯାଉଛି।

Get real time updates directly on you device, subscribe now.