fbpx
BJD SKY
BJD SKY

୧୭ ହଜାର ଫୁଟ ଉଚ୍ଚରେ ସଜାଗ ଭାରତୀୟ ଯବାନ, କରୁଛନ୍ତି ଶକ୍ତି ପ୍ରଦର୍ଶନ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ସର୍ବଦା ସଜାଗ ଭାରତୀୟ ଯବାନ । ଶତ୍ରୁକୁ ମାତ୍ ଦେବାକୁ ଏବେ ବି କରୁଛନ୍ତି ଶକ୍ତି ପ୍ରଦର୍ଶନ । ପୂର୍ବ ଲଦାଖର ଗୋଗରାରେ ପ୍ରାୟ ୧୫ ମାସ ଧରି ସାମ୍ନା-ସାମ୍ନି ହେବା ପରେ ଭାରତ ଓ ଚୀନ୍ ସେନାବାହିନୀ ପଛକୁ ହଟି ଯାଇଛନ୍ତି । କିନ୍ତୁ ଭାରତ ଚତୁରତାର ସହ ଶତ୍ରୁକୁ ମୁକାବିଲା କରିବା ପାଇଁ ସେନାଙ୍କୁ ସଜାଗ କରି ରଖାଇଛି । ଆଉ ୧୭ ହଜାର ଫୁଟ ଉଚ୍ଚରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଭାରତୀୟ ସେନା । ଲଦାଖରେ ଭାରତର ଏଭଳି ଶକ୍ତି ଦେଖିବାକୁ ମିଳିଛି ।

ଚୀନର ଚାଲବାଜିକୁ ମୁକାବିଲା କରିବା ପାଇଁ ଲଦାଖରେ ଭାରତୀୟ ସେନା ପକ୍ଷରୁ ଟି-୯୦ ଭୀଷ୍ମ ଓ ଟି-୭୨ ଅଜୟ ଟ୍ୟାଙ୍କ୍ ନିୟୋଜିତ କରାଯାଇଛି । ଏଥିସହ ବିଏମପି ସିରିଜର ଇନଫିନିଟି କମ୍ବାକ୍ଟ ବେହିକଲ୍ସ ମଧ୍ୟ ସେଠାକୁ ପଠାଇବା ଆରମ୍ଭ କରିଦେଇଛନ୍ତି ଭାରତୀୟ ସେନା । ଏତେ ଉଚ୍ଚକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନେବାରେ ଫୁଲ୍ ଦମ୍ ଲଗାଇ ଲାଗିପଡ଼ିଛନ୍ତି ଯବାନମାନେ । ଜଣେ ସେନା ଅଧିକାରୀ କହିଛନ୍ତି ଯେ ପୂର୍ବ ଲଦାଖରେ ଭୂପୃଷ୍ଠରୁ ଏତେ ଉଚ୍ଚରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବର୍ଷଟିଏ ବିତାଇ ସାରିଛୁ । ତେବେ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ଟ୍ୟାଙ୍କ ଗୁଡ଼ିକ ଠିକଣା ଜାଗାରେ ପହଞ୍ଚାଇବା ପାଇଁ ଆମେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି ।

ଭାରତୀୟ ସେନା ପକ୍ଷରୁ ଗତ ବର୍ଷେ ହେଲା ପୂର୍ବ ଲଦାଖରେ ଅଧିକ ସଂଖ୍ୟକ ଟ୍ୟାଙ୍କ ନିୟୋଜିତ କରାଯାଇ ଆସୁଛି । ଚୀନର ଚାଲ୍ କୁ ଦୃଷ୍ଟିରେ ରଖି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ ଅନୁସାରେ ଭାରତୀୟ ସେନା ୧୪ ହଜାରରୁ ୧୭ ହଜାର ଫୁଟ ଉଚ୍ଚ ପର୍ଯ୍ୟନ୍ତ ଟ୍ୟାଙ୍କ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ନେଇପାରୁଛନ୍ତି ।

Get real time updates directly on you device, subscribe now.