fbpx

ଭାରତୀୟ ବ୍ୟାଡମିଣ୍ଟନ ରଚିଲା ବିରାଟ ଇତିହାସ: ପ୍ରଥମ ଥର ‘ସିଲଭର ମେଡାଲ’ କଲା ନିଜର

ନୂଆଦିଲ୍ଲୀ: ଚଳିତବର୍ଷ ଏସିଆନ୍ ଗେମ୍ସରେ ଭାରତର ଦବଦବା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୧୩ଟି ସ୍ୱର୍ଣ୍ଣ ସହିତ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛି । ତେବେ ଏହା ଭିତରେ ଭାରତୀୟ ବ୍ୟାଡମିଣ୍ଟନ ରଚିଛି ଇତିହାସ । ସ୍ୱର୍ଣ୍ଣ ପଦକର ଖୁବ ନିକଟତର ହୋଇ ମଧ୍ୟ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସାମାନ୍ୟ ପଛରେ ରହିଯାଇଛି ଭାରତ । ତେଣୁ ଫାଇନାଲରେ ପରାସ୍ତ ହୋଇ ଇତିହାସରେ ପ୍ରଥମ ଥର ପାଇଁ ରୌପ୍ୟ ପଦକ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଚୀନ ଏହି ମ୍ୟାଚରେ ବିଜେତା ହେବା ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି ।

ଏସିଆ ଗେମ୍ସ ଫାଇନାଲ ମ୍ୟାଚରେ ଚୀନ ସହ ମୁହାଁମୁହିଁ ହୋଇଥିଲା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ । ତେବେ ସ୍ୱର୍ଣ୍ଣ ପଦକର ଖୁବ ପାଖରେ ପହଞ୍ଚି ନିରାଶ ହୋଇଛି ଟିମ ଇଣ୍ଡିଆ । ଏହି ଫାଇନାଲରେ ୩-୨ରେ ପରାସ୍ତ ହୋଇ ଭାରତ କେବଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି । ଫାଇନାଲର ପ୍ରଥମ ଏକ ମ୍ୟାଚ ସେସନରେ ଲକ୍ଷ୍ୟ ସେନ୍ ଚୀନର ଶି ବୋଇଙ୍କ ବିପକ୍ଷରେ ୮-୧୩ ସହ ବିଜୟ ହାସଲ କରିଥିଲେ । ତେବେ ଫାଇନାଲରେ ଦମଦାର ଆରମ୍ଭ ପାଇ ଭାରତର ସ୍ୱର୍ଣ୍ଣ ପଦକ ଆଶା ଆହୁରି ବଢି ଯାଇଥିଲା । ଏହି ମ୍ୟାଚରେ ୨୨-୨୦, ୧୪-୨୧, ୨୧-୧୮ ସହିତ ବିଜୟୀ ହୋଇଥିଲେ ଲକ୍ଷ୍ୟ ସେନ୍ । ସାତ୍ୱକୀ ସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଯୁଗଳ ମ୍ୟାଚରେ ପ୍ରଥମ ମ୍ୟାଚ ୨୧-୧୫ରେ ଜିତିବା ପରେ ଦ୍ୱିତୀୟ ମ୍ୟାଚ ମଧ୍ୟ ନିଜ ନାମରେ କରିଥିଲା ଭାରତ ।

କିନ୍ତୁ କିଦାମ୍ବୀ ଶ୍ରୀକାନ୍ତ କଡ଼ା ଟକ୍କର ଦେବା ପରେ ମଧ୍ୟ ୨୨-୨୪ରେ ମ୍ୟାଚରେ ପରାଜୟ ବରଣ କରିଥିଲେ । ତେବେ ଏହା ଫାଇନାଲ ମ୍ୟାଚର ବଡ଼ ଟ୍ୱିଷ୍ଟ ହୋଇଛି । ପ୍ରଥମ ମ୍ୟାଚ ପରେ ଦ୍ୱିତୀୟ ମ୍ୟାଚ ମଧ୍ୟ ୨୧-୯ରେ ହାତେଇଥିଲା ଚୀନ । ସେହିପରି କୃଷ୍ଣା ପ୍ରସାଦ ଗର୍ଗ ଏବଂ ଧ୍ରୁବ କପିଲା ଯୋଡ଼ି ମଦ୍ୟ ୬-୨୧ ଓ ୧୫-୨୧ରେ ପଛରେ ରହି ଯାଇଛନ୍ତି । ତେବେ ନିର୍ଣ୍ଣାୟକ ମ୍ୟାଚରେ ମିଥୁନ ମଞ୍ଜୁନାଥଙ୍କୁ ୦-୨ରେ ପରାଜୟର ସାମ୍ନା କରିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ଭାରତ ଏସିଆନ୍ ଗେମ୍ସର ଫାଇନାଲରେ ପ୍ରବେଶ କରିଥିବା ବେଳେ ରୌପ୍ୟ ପଦକ ସ୍ୱପ୍ନ ଭାଙ୍ଗି ଯାଇଛି । ତେବେ ପ୍ରଥମ ଥର ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.