ଦେଶର ଟେକ ରଖିଲେ… ବିଦେଶ ମାଟିରେ ଜିତିଲେ ୩ ସ୍ୱର୍ଣ୍ଣ ପଦକ, ହେଲେ ମିଳିଲାନି ସରକାରୀ ସହାୟତା

ପଟିଆଲା: ପଞ୍ଜାବ ରାଜପୁରାର କମଲଦୀପ ବିଦେଶରେ କମାଲ କରି ଦେଖାଇଛନ୍ତି । କମଲଦୀପଙ୍କ ନିକଟକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅଁ । ଥାଇଲାଣ୍ଡ ବାକୁରେ ଆୟୋଜିତ ଭାରତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇ କମଲଦୀପ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପରିବାର ଲୋକଙ୍କ ନାମ ଉଚ୍ଚା କରିବା ସହ କମଲଦୀପ ଏବେ ସାରା ଦେଶର ଟେକ ରଖିଛନ୍ତି । କମଲଦୀପଙ୍କ ସଫଳତା ତାଙ୍କୁ ଦେଇଛି ନୂଆ ପରିଚୟ ।

ଥାଇଲାଣ୍ଡରୁ ଫେରିବାବେଳେ କମଲଦୀପଙ୍କୁ ପାଛୋଟି ନେବା ପାଇଁ ରାଜପୁର ଗାଁ ଏକାଠି ହୋଇଥିଲା । ନିଜ ବିଜୟର ଶ୍ରେୟ ସେ ତାଙ୍କ ପରିବାର ଓ ବାପାଙ୍କୁ ଦେଇଛନ୍ତି । ପିଲାଟି ଦିନରୁ ତାଙ୍କ ବାପା ହିଁ ତାଙ୍କୁ ସବୁ କାମରେ ଉତ୍ସାହିତ କରୁଥିବା ସେ କହିଛନ୍ତି । ଥାଇଲାଣ୍ଡ ପ୍ରତିଯୋଗିତାରେ ସାମିଲ ହେବା ପୂର୍ବରୁ କିମ୍ବା ବିଜୟ ପରେ କମଲଦୀପଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳିନାହିଁ । ଖେଳରେ ଆଗ୍ରହୀ ପିଲା ଓ ପଡ଼ିଆରେ ଭଲ ପଦର୍ଶନ କରୁଥିବା ଖେଳାଳୀଙ୍କୁ ସରକାରୀ ସହାୟତା ଯୋଗାଇବା ଜରୁରୀ ବୋଲି କମଲଦୀପଙ୍କ ବାପା କହିଛନ୍ତି । କିଛି ଭଲ ଖେଳାଳୀ ଅର୍ଥାଭାବ ପାଇଁ ଖେଳରୁ ଦୂରେଇ ଯାଇଥିବା ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।