fbpx

ୟୁକ୍ରେନରେ ଫସିଛନ୍ତି ଭାରତର ଚେସ୍ ଚାମ୍ପିୟନ୍, କହିଲେ- ଆପାର୍ଟମେଣ୍ଟରେ ଏକା ଅଛି, ଜାଣିନି ଆଗକୁ କଣ ହେବ

Advertisement

ଚେନ୍ନାଇ: ଆଜି ଲଗାତର ତୃତୀୟ ଦିନ ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ରାଜଧାନୀ କିଭ୍ ର ସ୍ଥିତି ସାଂଘାତିକ ହୋଇଯାଇଛି । ଲୋକମାନେ ନିଜ ଘରଦ୍ୱାର ଛାଡ଼ି ପଳାୟନ କରୁଛନ୍ତି । ଭାରତୀୟ ମାନେ ମଧ୍ୟ ଦେଶକୁ ଫେରୁଛନ୍ତି । କିନ୍ତୁ ଅନେକ ଭାରତୀୟ ଏବେ ବି ସେଠାରେ ଫସିରହିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ପୂର୍ବ ଜାତୀୟ ରାପିଡ୍ ଚେସ୍ ଚାମ୍ପିୟନ୍ ଅନ୍ୱେଶ ଉପାଧ୍ୟାୟ ମଧ୍ୟ ରହିଛନ୍ତି । ସେ ମଧ୍ୟ ଦେଶକୁ ଫେରିବାକୁ ଚାହିଁ ରହିଛନ୍ତି । ଅନ୍ୱେଶ ନିଜର ଆପାର୍ଟମେଣ୍ଟ୍ ରେ ଭୟର ସହିତ ଅଟକି ରହିଛନ୍ତି ।

୩୦ ବର୍ଷିୟ ଅନ୍ୱେଶ କିଭ୍ ର ଏକ ହସ୍ପିଟାଲରେ ଗ୍ୟାଷ୍ଟ୍ରୋଲୋଜି ଟ୍ରେନିଂ ନେଉଛନ୍ତି । ସେ ମାର୍ଚ୍ଚରେ ଭାରତ ଫେରିବାକୁ ପ୍ଲାନ୍ କରିଥିଲେ । ହେଲେ ରୁଷ ସେନା ତା ପୂର୍ବରୁ ହିଁ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଯାହା ଫଳରେ ଉଡାଣ ବାତିଲ ହୋଇଗଲା ଓ ଏବେ ଆଗକୁ ଜଣାନାହିଁ କେଉଁଭଳି ପରିସ୍ଥିତି ଉପୁଜିବ ।

୨୦୧୭ ଜାତୀୟ ଦ୍ରୁତ ଚେସ୍ ଚାମ୍ପିଅନ୍ କିଭ୍ ରୁ ଗଣମାଧ୍ୟମକୁ କହିଛନ୍ତି ଯେ, ଏପରି କାର୍ୟ୍ୟ ଆଶା କରାଯାଉ ନାହିଁ । ଏହା ଏକ ସମ୍ପୂର୍ଣ୍ଣ ସାମରିକ ଆକ୍ରମଣ । ଏହା କେବେ ବି ଆଶା କରିନଥିଲି । ଅନ୍ୱେଶ କହିଛନ୍ତି ଯେ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଅଛନ୍ତି ଏବଂ ଏଥିମଧ୍ୟରୁ ପ୍ରାୟ ୪ ହଜାର ଲୋକ ଗତ କିଛି ଦିନ ମଧ୍ୟରେ ଫେରି ଆସିଛନ୍ତି। ଭୁବନେଶ୍ୱରରେ ରହୁଥିବା ତାଙ୍କ ପରିବାର ବିଷୟରେ ସେ କହିଛନ୍ତି ଯେ ମୋ ବାପାମାଆ ଭାରତରେ ବହୁତ ଚିନ୍ତିତ ଅବସ୍ଥାରେ ଅଛନ୍ତି । ତେଣୁ ମୁଁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଯିବାକୁ ଯୋଜନା କରିଥିଲି।

Get real time updates directly on you device, subscribe now.