fbpx

ମାଗଣା ଶିକ୍ଷା ସହ ମିଳିବ ଚାକିରି ପାଇଁ ଅଫର: ଗୋଟିଏ ୱେବସାଇଟରେ ସବୁ ସର୍ଭିସ!

Advertisement

ନୂଆଦିଲ୍ଲୀ: ଦେଶର ନାଗରିକମାନଙ୍କ ପାଇଁ ପ୍ରାୟତଃ ବିଭିନ୍ନ ନୂଆ ନୂଆ ଯୋଜନା ଆଣୁଛନ୍ତି ଭାରତ ସରକାର । ଏଗଡିକୁ ଶିକ୍ଷା ଏବଂ ଅର୍ଥିକ ସ୍ଥିତି ସୁଦୃଢ କରିବାରେ ବ୍ୟବହର କରାଯାଇପାରେ । କିନ୍ତୁ ଅନେକ ସମୟରେ ନାଗରିକମାନଙ୍କ ନିକଟରେ ଏହାର ତଥ୍ୟ ନ ପହଞ୍ଚିପାରୁ ସେମାନେ ଯୋଜନାର ଫାଇଦାରୁ ବଞ୍ଚିତ ହୋଇଯାଆନ୍ତି । କିନ୍ତୁ ଏଭଳି ସମସ୍ୟାର ସମାଧାନ ରୂପକ ଏକ ୱେବସାଇଟ ଜାରି ହୋଇଛି, ଯାହା ସରକାରଙ୍କ ଯୋଜନା ସିଧା ନାଗରିକମାନଙ୍କ ପାଖରେ ପହଞ୍ଚାଇଥାଏ । ଏଥିରେ ଆବେଦନ କରି ଦେଶର ନାଗରିକ ଶିକ୍ଷା ଏବଂ ଚାକିରି ଆଦି ସରକାରୀ ଯୋଜନାର ଲାଭ ଉଠାଇପାରିବେ ।

ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ପୋର୍ଟାଲ ହେଉଛି www.myscheme.gov.in । ଭାରତୀୟ ନାଗରିକ ଏଥିରେ କ୍ଲିକ କରି ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ହାସଲ କରିପାରିବେ । ଏହାବ୍ୟତୀତ ଆବେଦନ କରି ବିଭିନ୍ନ ଯୋଜନାର ଫାଇଦା ମଧ୍ୟ ଉଠାଇପାରିବେ ଭାରତୀୟ ନାଗରିକ । ତେବେ ଏହି ପୋର୍ଟାଲରେ ଆପଣ ଖୁବଶୀଘ୍ର ପ୍ରତିକ୍ରିୟା ପାଇପାରିବେ । ପୋର୍ଟାଲରେ ସରକାରଙ୍କର ସମସ୍ତ ଯୋଜନା ଉପଲବ୍ଧ ରହିଥିବା ବେଳେ ଆପଣ ନିଜ ପସନ୍ଦର ଗୋଟିଏ ଯୋଜନାକୁ ଚୟନ କରିପାରିବେ ।

ଏହି ପୋର୍ଟାଲ ସାହାଯ୍ୟରେ ନାଗରିକମାନେ କୃଷି, ଗ୍ରାମୀଣ ଓ ପରିବେଶ, ବ୍ୟାଙ୍କିଙ୍ଗ ଆର୍ଥିକ ଏବଂ ବୀମା ଯୋଜନା, ବ୍ୟବସାୟ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ବିଷୟରେ ତଥ୍ୟ ପାଇପାରିବେ । ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ଠାରୁ ଆରମ୍ଭ କରି ଗୃହ ଏବଂ ଅନ୍ୟାନ୍ୟ ବିଭିନ୍ନ ସରକାରୀ ଚାକିରି ବିଷୟରେ ତଦାରଖ କରି ଆବେଦନ କରିପାରିବେ । ଏଥିମଧ୍ୟରୁ ନିଜ ପସନ୍ଦରେ କୌଣସି ଯୋଜନାକୁ ଚୟନ କରି ଏହାର ଫାଇଦା ଉଠାଇପାରିବେ । ତେବେ ନିଜ ଅଞ୍ଚଳରେ ମଧ୍ୟ କୌଣସି ସୁବିଧା ହାସଲ କରିପାରିବେ ଦେଶର ପ୍ରତିଟି ନାଗରିକ ।

Get real time updates directly on you device, subscribe now.