fbpx

ଇଣ୍ଡିଆନ୍ କୋଷ୍ଟ ଗାର୍ଡ DG ରାକେଶ ପାଲଙ୍କ ଦେହାନ୍ତ: ହୃଦଘାତ ଯୋଗୁଁ ଆଖି ବୁଜିଲେ

ନୂଆଦିଲ୍ଲୀ: ଇଣ୍ଡିଆନ୍ କୋଷ୍ଟ ଗାର୍ଡର ମହାନିର୍ଦ୍ଦେଶକ ରାକେଶ ପାଲ୍ ଆଜି ଇହଲୀଳା ତ୍ୟାଗ କରିଛନ୍ତି । ହୃଦଘାତ ଜନିତ ସମସ୍ୟା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି । ସୂଚନା ମୁତାବକ, ରାକେଶ ଅଚାନକ ଅଣନିଶ୍ୱାସୀ ଅନୁଭବ କରିବାରୁ ଆଜି ସକାଳେ ତାଙ୍କୁ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଆଞ୍ଜିଓ ଟେଷ୍ଟ କରିବା ପାଇଁ କହିଥିଲେ । କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନାହିଁ । ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ହସ୍ପିଟାଲରେ ରାକେଶ ପାଲ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏବେ ରାକେଶଙ୍କ ପାର୍ଥିବ ଶରୀର ଦିଲ୍ଲୀକୁ ନିଆଯିବ ।

ଭାରତୀୟ କୋଷ୍ଟଗାର୍ଡ (ICG) ଡିଜିଙ୍କ ଦେହାନ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, “ସେ ଜଣେ ଦକ୍ଷ ତଥା ପ୍ରତିବଦ୍ଧ ଅଧିକାରୀ ଥିଲେ । ତାଙ୍କ ନେତୃତ୍ୱରେ ଆଇସିଜି ଭାରତର ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବାରେ ବହୁତ ଅଗ୍ରଗତି କରିଥିଲା। ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ।”

ରାକେଶ ପାଲ ଉତ୍ତରପ୍ରଦେଶର ବାସିନ୍ଦା ଥିଲେ। ତାଙ୍କୁ ଗତବର୍ଷ ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ର ୨୫ ତମ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ସେ ଭାରତୀୟ ନାଭାଲ ଏକାଡେମୀର ପୂର୍ବତନ ଛାତ୍ର ଥିଲେ। ଜାନୁଆରୀ ୧୯୮୯ ରେ ରାକେଶ ପାଲ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ସେ ବ୍ରିଟେନର ଦ୍ରୋଣାଚାର୍ୟ୍ୟ, ଇଣ୍ଡିଆନ୍ ନାଭାଲ୍ ସ୍କୁଲ୍, କୋଚି ଏବଂ ଇଲେକ୍ଟ୍ରୋ-ଅପ୍ଟିକ୍ସ ଫାୟାର କଣ୍ଟ୍ରୋଲ୍ ସଲ୍ୟୁସନ୍ ପାଠ୍ୟକ୍ରମରୁ ବନ୍ଧୁକ ଏବଂ ଅସ୍ତ୍ର ପ୍ରଣାଳୀରେ ବୃତ୍ତିଗତ ଜ୍ଞାନ ଆହରଣ କରିଥିଲେ।

Get real time updates directly on you device, subscribe now.