fbpx
BSKY
BJD YOUTH SKY
BJD MS SKY

କାଗଜରେ ତିଆରି ହୁଏନି ଭାରତୀୟ କରେନ୍ସି ନୋଟ, ଜାଣନ୍ତୁ ବ୍ୟବହୃତ ହୁଏ କେଉଁ ମ୍ୟାଟେରିଆଲ

ନୂଆଦିଲ୍ଲୀ: ଆପଣ ନିଜେ ଏହା ଅନୁଭବ କରିଥିବେ ଯେ, ଭାରତୀୟ ନୋଟର କାଗଜ ଟିକେ ଭିନ୍ନ । ହେଲେ ଆପଣ ଜାଣିଛନ୍ତି କି ଏହା କାଗଜ ନୁହେଁ? ଏହା ଅନ୍ୟ ଜିନିଷରେ ତିଆରି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁଥିରେ ଏହି ନୋଟ ତିଆରି ହୋଇଥାଏ ।

ଅନେକାଂଶ ଭାବନ୍ତି ଯେ, କରେନ୍ସି ନୋଟ କୌଣସି ଏକ ଖାସ କାଗଜରେ ତିଆରି ହୁଏ । ହେଲେ ଏପରି ଆଦୌ ନୁହେଁ । ନୋଟ ଛାପିବା ପାଇଁ କାଗଜର ବ୍ୟବହାର ହୁଏନାହିଁ । ଆରବିଆଇର ଅଫିସିଆଲ ୱେବସାଇଟରେ ଦିଆଯାଇଛି ଯେ, ବ୍ୟାଙ୍କ କରେନ୍ସି ନୋଟ ୧୦୦ ପ୍ରତିଶତ କଟନରେ ତିଆରି ହୁଏ । ଅର୍ଥାତ କାଗଜ ନୁହେଁ, କପାସରେ ତିଆରି ହୁଏ ।

ଭାରତରେ ନୋଟ ଚାରୋଟି ପ୍ରେସରେ ଛପାଯାଏ । ଏଥିରୁ ଦୁଇଟି ପ୍ରେସ ଭାରତ ସରକାରଙ୍କ ଅଧୀନରେ ଏବଂ ଅନ୍ୟ ଦୁଇଟି ରିଜର୍ଭ ବ୍ୟାଙ୍କ ଅଣ୍ଡରରେ ଆସିଥାଏ । ଏହି ପ୍ରେସ ନାସିକ, ଦେବାସ, ମୈସୁର ଏବଂ ସାଲବୋନୀରେ ଅଛି । ଯେଉଁଠାରେ ବ୍ୟାଙ୍କ ନୋଟ ଛପାଯାଇଥାଏ ।

ଯଦି ଆମେ ମୁଦ୍ରା କଥା କହିବା ତେବେ ଏହା ସିକ୍ୟୁରିଟୀ ପ୍ରିଣ୍ଟିଙ୍ଗ ଆଣ୍ଡ ମିଟିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡର ଚାରୋଟି ମିଣ୍ଟରେ ତିଆରି କରାଯାଏ । ଏହି ମିଣ୍ଟ ମୁମ୍ବାଇ, ହାଇଦ୍ରାବାଦ, କଲିକତା ଏବଂ ନୋଏଡାରେ ଅଛି । ମୁଦ୍ରା ରିଜର୍ଭ ବ୍ୟାଙ୍କ ଆକ୍ଟ ସେକ୍ସନ ୩୮ ଅନୁଯାୟୀ ଇସ୍ୟୁ କରାଯାଏ ।

Get real time updates directly on you device, subscribe now.