fbpx

ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖାଯାଏ ୟୁରିନାରୀ ଟ୍ରାକ୍ ଇନଫେକ୍ସନ ସମସ୍ୟା, ଜାଣନ୍ତୁ ଏଥିରୁ ବର୍ତ୍ତିବାର ଟିପ୍ସ

ଆଜିକାଲି ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ କାରଣରୁ ଲୋକମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି ହେଉଛି । ତେବେ ଏହିସବୁ ରୋଗ ମଧ୍ୟରୁ ସଂକ୍ରମଣ ମଧ୍ୟ ହୋଇଛି ଏକ ରୋଗ ଯାହା ଅସ୍ୱାସ୍ଥ୍ୟକର ଖାଦ୍ୟ, ଖରାପ ପରିବେଶ ଆଦି କାରଣରୁ ହୋଇଥାଏ । ଏହି ସଂକ୍ରମଣ ଅନେକ ପ୍ରକାରର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ୟୁରିନାରୀ ଟ୍ରାକ୍ ଇନଫେକ୍ସନ । ଯାହାଫଳରେ ଏହା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି କରିଥାଏ । ତେବେ ଏହି ୟୁରିନାରୀ ଟ୍ରାକ୍ ଇନଫେକ୍ସନ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଦେଇଥାଏ । ଯାହାଫଳରେ ୟୁରିନ ରଙ୍ଗରେ ପରିବର୍ତ୍ତନ, ୟୁରିନାରୀ ଟ୍ରାକରେ ପୋଡାଜାଳା , ଜ୍ୱର ହେବା ଆଦି ସମସ୍ୟାମାନ ଦେଖାଦେଇଥାଏ । ଫଳରେ ଏହା ଶରୀରକୁ ଦୁର୍ବଳ କରିବା ସହ ସଂକ୍ରମିତ କରିଥାଏ । ତେବେ ଏହି ୟୁରିନ ଉନଫେକ୍ସନକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ମଧ୍ୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ୟୁରିନ ଇନଫେକ୍ସନ ଦୂର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ…

ଅଧିକ ପାଣି ପିଅନ୍ତୁ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଅଧିକ ପାଣି ପିଇବା ୟୁରୀନଟ୍ରାକ ଇନଫେକ୍ସନ ପାଇଁ ଲାଭଦାୟକ ହୋଇଥାଏ । ପାଣି ପିଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱ ଏବଂ ଲେଟ୍ରୋଲାଇଟସ୍ ବ୍ୟତୀତ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ଏଥିସହିତ ଶରୀର ଡିହାଇଡ୍ରେଟ ରହିଥାଏ । ଫଳରେ ୟୁରିନ ଇନଫେକ୍ସନ କମ ହୋଇଥାଏ । ତେଣୁ ଏହି ୟୁରିନାରୀ ଟ୍ରାକ୍ ଇନଫେକ୍ସନରୁ ଦୂରେଇ ରହିବା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ।

ଭିଟାମିନ-ସି ର ସେବନ: ଭିଟାମିନ-ସି ହେଉଛି ଏକ ଆଣ୍ଟିଅକ୍ସିଡାଣ୍ଡ । ଯାହାକି ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ତେଣୁ ଭିଟାମିନ-ସି ରେ ଭରପୁର ଥିବା ଖାଦ୍ୟ ସେବନ ୟୁରୀନର ପିଏଚ୍ ସ୍ତରକୁ ହ୍ରାସ କରିବା ସହିତ ବ୍ୟାକ୍ଟେରିାଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଫଳରେ ୟୁରିନାରୀ ଟ୍ରାକ ଇଫେକ୍ସନ ହେବାର ଆଶଙ୍କା କମ୍ ହୋଇଥାଏ ।

କ୍ରେନବେରୀ ଜୁସ୍: ସ୍ୱାସ୍ଥ୍ୟବିଶେଷଜ୍ଞମାନଙ୍କ ମତରେ କ୍ରେନବେରୀ ଜୁସ୍ ୟୁଟିଆଇ ଅର୍ଥାତ ୟୁରୀନୀରୀ ଟ୍ରାକ ଇନଫେକ୍ସନ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ ପଲିଫେନୋଲ ସହିତ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଫଳରେ ଏହା ସଂକ୍ରମଣକୁ ରୋକିବା ସହ କ୍ଷତସ୍ଥାନକୁ ମଧ୍ୟ ଜଲଦି ଭଲ କରିବାରେ ସାହାଯ୍ୟ କରିଥାଏ । ତେଣୁ ୟୁଟିଆଇ ସମୟରେ ପ୍ରଚୁର ପରିମାଣର କ୍ରେନବେରୀ ଜୁସ୍ ସେବନ କରନ୍ତୁ ।

ୟୁରିନ ରୋକନ୍ତୁ ନାହିଁ: ୟୁରିନାରୀ ଟ୍ରାକ ଇନଫେକ୍ସନରୁ ମୁକ୍ତି ପାଇବା ପାଇଁ ହେଲେ ଆପଣ ବାରମ୍ବାର ପାଣି ପିଅନ୍ତୁ ଏବଂ ୟୁରିନ ଯାଆନ୍ତୁ । ଏହା ଦ୍ୱାରା ୟୁରିନ ସହତ ଜୀବାଣୁ ମଧ୍ୟ ବାହାରି ଥାନ୍ତି । ତେଣୁ ଏହି ସଂକ୍ରମଣରୁ ମୁକ୍ତି ପାଇବାକୁ ଚାହୁଁଥିଲେ ୟୁରିନକୁ କେବେ ବି ରୋକନ୍ତୁ ନାହିଁ । ଏଥିସହିତ ପ୍ରଚୁର ପରିମାଣର ପାଣି ପିଅନ୍ତୁ ।

 

Get real time updates directly on you device, subscribe now.