fbpx

OCS ୨୦୨୩-୨୪ ନିଯୁକ୍ତି: OPSC ପକ୍ଷରୁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ୨୦୨୩-୨୪ ପଦ ପୂରଣ ପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ । ମୋଟ ୩୯୯ଟି ପଦ ପୂରଣ ପାଇଁ ଗତ ଡିସେମ୍ବର ମାସ ୨୯ ତାରିଖରେ ଓଡ଼ିଶା ଲୋକସେବ ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ଆଜିଠାରୁ ଓସିଏସ ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ମାସ ୧୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।

ଆଶାୟୀଙ୍କ ପାଇଁ ଆଜିଠାରୁ ଓସିଏସ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୯୯ଟି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସେଥିମଧ୍ୟରେ ୩୦ଟି ଓଏଏସ, ୫୬ଟି ଓଏଫଏସ, ୬ଟି ଓପିଏସ, ୧୨ଟି ଓସିଏସ, ୯୦ଟି ଓଆରଏସ, ୧୧୩ଟି ଓଏଲଏସ, ୬୮ଟି ଓଟି ଆଣ୍ଡ ଏଏସ, ୧ଟି ଓଡ଼ିଶା ଏମ୍ପୟମେଣ୍ଟ ସେବା (ଓଇଏସ), ୪ଟି ଓସିଏଏସ ଓ ୧୯ଟି ଓଡ଼ିଶା ପର୍ଯ୍ୟଟନ ସେବା (ଓଟିଏସ) ପଦ ସଂରକ୍ଷିତ ରହିଛି ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷାରେ ଲେଖିବା, କହିବା ଓ ପଢ଼ିବା ଜାଣିଥିବେ । ପ୍ରିଲିମିନାରୀ ପରୀକ୍ଷାରେ ୨୦୦-୨୦୦ ଲେଖାଏଁ ମୋଟ ୪୦୦ ମାର୍କର ପରୀକ୍ଷା ହେବ । ୟୁଆରଙ୍କ ପାଇଁ ୨୨୯ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୩୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୬୦ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୭୨ଟି ପଦ ସଂରକ୍ଷିତ ରହିଛି ।

Get real time updates directly on you device, subscribe now.