fbpx

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ନୃତ୍ୟଶିଳ୍ପୀଙ୍କୁ ଆମେରିକାରେ ଗୁଳିମାଡ ହୋଇଛି। ଗୁଳିମାଡ କାରଣରୁ ମୃତ୍ୟୁବରଣ କରିଛନ୍ତି ଭାରତନାଟ୍ୟମ ଏବଂ କୁଚୁପୁଡ଼ି ନୃତ୍ୟଶିଳ୍ପୀ ଅମରନାଥ ଘୋଷ । ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ୟ୍ୟ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଅମରନାଥ ଦେବୋଲୀନାଙ୍କ ଜଣେ ଭଲ ବନ୍ଧୁ ଥିଲେ ବୋଲି ସେ କହିଛନ୍ତି।

ଦେବୋଲୀନାଙ୍କ ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଅମରନାଥ ଘୋଷ ଆମେରିକାର ମିସୌରୀର ସେଣ୍ଟ୍ ଲୁଇସ୍ ସହରରେ ସାନ୍ଧ୍ୟ ଭ୍ରମଣରେ ବାହାରିଥିବା ବେଳେ ତାଙ୍କୁ ଜଣେ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ଏକାଧିକ ଥର ଗୁଳି କରାଯାଇଥିଲା। ସେ ସେଠାରେ ୱାଶିଂଟନ ବିଶ୍ୱବିଦ୍ୟାଳୟରେ ଏମ୍‌ଏମ୍‌ଏ (ମାଷ୍ଟର ଅଫ୍ ଫାଇନ ଆର୍ଟସ) କରୁଥିଲେ। ସେ କହିଛନ୍ତି ଯେ ଆମେରିକାରେ ଥିବା ଅମରନାଥ ଘୋଷଙ୍କ ବନ୍ଧୁମାନେ ତାଙ୍କ ମୃତଦେହକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। କିନ୍ତୁ ଏ ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ। ତେବେ ଗୁଳିମାଡ ପଛରେ କିଏ ରହିଛି, ସେନେଇ ତଦନ୍ତ ହେଉ ବୋଲି ବନ୍ଧୁ ଦେବୋଲୀନା ଭଟ୍ଟାଚାର୍ୟ୍ୟ ଦାବି କରିଛନ୍ତି । ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଟ୍ୟାଗ୍ କରି ଦୃଷ୍ଟି ଆକର୍ଷଣ କରିଛନ୍ତି ।

ମିଳିଥିବା ଖବର ଅନୁସାରେ, ଅମରନାଥ ଘରର ଗୋଟିଏ ବୋଲି ପୁଅ । ଗତ ୩ ବର୍ଷ ତଳେ କରୋନା ସମୟରେ ଅମରନାଥଙ୍କ ମାତୃ ବିୟୋଗ ହୋଇଥିଲା । ଏଥିସହ ସେ ପିଲାବେଳୁ ବାପ ଛେଉଣ୍ଡ ହୋଇଥିଲେ। ତେବେ ଅମରନାଥଙ୍କୁ କାହିଁକି ଗୁଳି କରାଗଲା ସେନେଇ ସସ୍ପେନ୍ସ ଲାଗି ରହିଛି।

 

Get real time updates directly on you device, subscribe now.