fbpx

ରକ୍ଷା କ୍ଷେତ୍ରରେ ଭାରତର ନୂଆ ରେକର୍ଡ: ବିକ୍ରି ହେଲା ୧୩,୦୦୦ କୋଟି ଟଙ୍କାର ହତିଆର

ନୂଆଦିଲ୍ଲୀ: ରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଭାରତ ନିଜ ପ୍ରୟାସରେ ସଫଳତା ହାସଲ କରୁଛି । ବିଶେଷ କରି ଘରୋଇ ଜ୍ଞାନକୌଶଳରେ ବିକଶିତ କରିବା ଏବଂ ଏହାକୁ ସାରା ବିଶ୍ୱରେ ପହଞ୍ଚାଇବାରେ ଦେଶର ଡଫେନ୍ସ ସେକ୍ଟର ଖୁବ ଆଗକୁ ବଢିଯାଇଛି । ଏହାମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ରକ୍ଷା ଏକ୍ସପୋର୍ଟ ଏହାର ଏକ ବଡ ଉଦାହରଣ ପାଲଟିଛି । ଗୋଟିଏ ବର୍ଷରେ ଭାରତ ମୋଟ ୧୩ ହଜାର କୋଟି ଟଙ୍କାର ଏକ୍ସପୋର୍ଟ କରି ରେକର୍ଡ ସୃଷ୍ଟି କରିଛି । ଏହା ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୫୪.୧ ପ୍ରତିଶତ ବୃଦ୍ଧି ହୋଇଛି ।

ତେବେ ଆଶ୍ଚର୍ଯ୍ୟକର ଘଟଣା ହେଉଛି ମୋଟ ରପ୍ତାନୀର ୭୦ ପ୍ରତିଶତ ପ୍ରାଇଭେଟ ସେକ୍ଟର ହାସଲ କରିଛନ୍ତି । ତେବେ ପବ୍ଲିକ ସେକ୍ଟର କମ୍ପାନୀ ତରଫରୁ ୩୦ ପ୍ରତିଶତ କରିବାରେ ସଫଳ ହୋଇଛି । ଦେଶର ଡିଫେନ୍ସ ଏକ୍ସପୋର୍ଟ ମୁଖ୍ୟତଃ ଆମେରିକା, ଫିଲିପିନ୍ସ, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପୂର୍ବ ଏବଂ ଆଫ୍ରିକା ଦେଶକୁ କରାଯାଇଛି । ୨୦୨୦-୨୧ରେ ଭାରତର ଡିଫେନ୍ସ ଏକ୍ସପୋର୍ଟ ୮ ହଜାର ୪୩୪ କୋଟି ଟଙ୍କା ରହିଥିବା ବେଳେ ୨୦୧୯-୨୦ରେ ଏହା ୯ ହଜାର ୧୧୫ କୋଟି ଟଙ୍କାରେ ପହଞ୍ଚିଥିଲା ।

ତେବେ ଏହା ଚଳିତ ବର୍ଷ ୧୩ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ରକ୍ଷା ଉତ୍ପାଦନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ ଜାଜୁ ସୂଚନା ଦେଇଛନ୍ତି ।ଭାରତର ଡିଫେନ୍ସ ଏକ୍ସପୋର୍ଟ ୨୦୧-୧୬ ଆର୍ଥିକ ବର୍ଷରେ ଏକ୍ସପୋର୍ଟ ୨,୦୫୯ ଥିଲା । ଗତ ୫ ବର୍ଷ ତୁଳନାରେ ୨୦୨୧-୨୨ରେ ଡଫେନ୍ସ ଏକ୍ସପୋର୍ଟ ୮ ଗୁଣ ବୃଦ୍ଧି ପାଇଥିବା ଦେଖୋଯାଇଛି ।

ପ୍ରାଇଭେଟ କମ୍ପାନୀ ପ୍ରାୟ ୭୦ ପ୍ରତିଶତ ରପ୍ତାନୀ କରି ଖୁବ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଏଥି ମଧ୍ୟରେ ଜାନୁୟାରୀ ମାସରେ ଫିଲିପିନ୍ସ ସହିତ ପ୍ରାୟ ୨୭୭୦ କୋଟି ଟଙ୍କାର ଚୁକ୍ତି କରିଥିଲା ଭାରତ । ବ୍ରହ୍ମୋସ ସୁପରସୋନିକ ମିସାଇଲ ପଠାଇବା ପାଇଁ ଭାରତ ଚୁକ୍ତି ସ୍ୱାକ୍ଷର କରିଥିବା କହିଛନ୍ତି ସଞ୍ଜୟ ଜାଜୁ ।

Get real time updates directly on you device, subscribe now.