fbpx

୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲା ଭାରତୀୟ ଅଶ୍ୱାରୋହୀ ଦଳ

Advertisement

ଓଡ଼ିଶା ଭାସ୍କର: ଏସୀୟ କ୍ରୀଡ଼ା୨୦୨୩ର ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ତୃତୀୟ ଦିନରେ ଭାରତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଲା ଭାରତୀୟ ଅଶ୍ୱାରୋହୀ ଦଳ । ଟିମ୍ ଇଭେଣ୍ଟରେ ଭାରତୀୟ ଅଶ୍ୱାରୋହୀ ସୁଦୀପ୍ତି ହଜେଲା, ଦିବ୍ୟକୀର୍ତ୍ତି ସିଂହ, ଅନୁଷ ଅଗ୍ରୱାଲ ଓ ହୃଦୟ ଛେଡ଼ା ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।

ଏସୀୟ କ୍ରୀଡ଼ାରେ ୪୦ ବର୍ଷର ଅଶ୍ୱାରୋହୀ ଇତିହାସରେ ଭାରତ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି। ଡ୍ରେସେଜ୍ ଇଭେଣ୍ଟର ଫାଇନାଲରେ ଭାରତର ଅଶ୍ୱାରୋହୀ ଅନୁଷ, ସୁଦୀପ୍ତି, ଦିବ୍ୟକୀର୍ତ୍ତି ଓ ହୃଦୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଦଳ ୨୦୯.୨୦୫ ପଏଣ୍ଟ ହାସଲ କରିଛି। ଦିବ୍ୟା କୀର୍ତ୍ତି୬୮.୧୭୬ ପଏଣ୍ଟ, ହୃଦୟ ୬୯.୯୪୧ ପଏଣ୍ଟ ଓ ଅନୁଷ ୭୧.୦୮୮ ପଏଣ୍ଟ ପାଇଛନ୍ତି। ଭାରତୀୟ ଦଳ ଚୀନଠାରୁ ୪.୫ ପଏଣ୍ଟ ଆଗରେ ରହିଥିଲା।

Get real time updates directly on you device, subscribe now.