fbpx

ବୁର୍ଜ ଖଲିଫାରେ ଚମକିଲା ତ୍ରିରଙ୍ଗା, ହେଲେ ଏହି ଅନୁମତି ପାଇଁ ଦୁଇଦିନ ପୂର୍ବରୁ ହତାସ ହୋଇଥିଲେ ପାକିସ୍ତାନୀ

ଓଡିଶା ଭାସ୍କର: ଆଜି ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି ସାରା ଭାରତ ବର୍ଷ । ଦେଶର ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଝଲସୁଛି ଭାରତ ମାତାର ତ୍ରିରଙ୍ଗା ପତାକା ଜ୍ଝ କିନ୍ତୁ ଗତକାଲି ଭାରତକୁ ଦୁବାଇ ଜଣାଇଛି ତାର ସମ୍ମାନ ଓ ଭଲ ପାଇବା । ସୋମବାର ସନ୍ଧ୍ୟାରେ ବିଶ୍ୱର ଉଚ୍ଚତମ ଟାୱାର ଦୁବାଇର ବୁର୍ଜ ଖଲିଫାରେ ଭାରତର ଜାତୀୟ ପତାକା ଆଲୋକ ପ୍ରତିରୂପ ପ୍ରଦର୍ଶନ କରାଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ବିଶ୍ୱର ସବୁଠାରୁ ଉଚ୍ଚ କୋଠାକୁ ତ୍ରିରଙ୍ଗା ସହ ଭାରତୀୟ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଆଲୋକିତ କରାଯାଇଛି । ଏହା ପ୍ରତ୍ୟେକ ଭାରତୀୟ ପାଇଁ ଏକ ଗର୍ବର ବିଷୟ ପାଲଟିଛି । ଏହି ଚିତ୍ରକୁ ଦେଖି ଦୁବାଇରେ ରହୁଥିବା ଭାରତୀୟ ନାଗରିକଙ୍କ ମନରେ ମଧ୍ୟ ଅନେକ ସମ୍ମାନ ଓ ଉତ୍ସାହ ଦେଖିବାକୁ ମିଳିଛି ।

ଏକ୍ସ (ତତ୍କାଳୀନ ଟ୍ୱିଟର) ବ୍ୟବହାରକାରୀ ‘ମୁଫଦ୍ଦାଲ ଭୋରା’ ଏହି ଭିଡିଓକୁ ମାଇକ୍ରୋବ୍ଲଗିଂ ସାଇଟ୍ ରେ ଏହାକୁ ଶେୟାର କରିବା ପରେ ଲୋକମାନେ ତାହାକୁ ବେଶ ପ୍ରସଂଶା କରୁଛନ୍ତି । । ଭାଇରାଲ ଭିଡିଓ ଶେୟାର କରି ସେ ଲେଖିଛନ୍ତି, ‘ବୁର୍ଜ ଖଲିଫାରେ ଆମ ଜାତୀୟ ସଙ୍ଗୀତ ସହ ତ୍ରିରଙ୍ଗା-ଏକ ଗର୍ବର ମୁହୂର୍ତ୍ତ!”

ସୂଚନା ମୁତାବକ, ଏହାର ମାତ୍ର ଦୁଇ ଦିନ ପରେ ଦୁବାଇରେ ପାକିସ୍ତାନୀମାନେ ହଙ୍ଗାମା କରିଥିଲେ। ବୁର୍ଜ ଖଲିଫାରେ ପାକିସ୍ତାନୀ ଜାତୀୟ ପତାକା ପ୍ରଦର୍ଶନ ହୋଇନଥିବା ନେଇ ଶହ ଶହ ପାକିସ୍ତାନୀ ଏକାଠି ହୋଇ ହଙ୍ଗାମା କରିଥିଲେ । ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ବୁର୍ଜ ଖଲିଫା ନିକଟରେ ମଧ୍ୟରାତ୍ରିରେ ପାକିସ୍ତାନୀ ନାଗରିକଙ୍କ ପ୍ରବଳ ଭିଡ଼ ହୋଇଥିଲା କାରଣ ସେମାନେ ଆଶା କରୁଥିଲେ ଯେ ଏହା ସେମାନଙ୍କ ଜାତୀୟ ପତାକାର ରଙ୍ଗରେ ଆଲୋକିତ ହେବ । କିନ୍ତୁ ଏହା ହୋଇନଥିବାରୁ ସେମାନେ ନିରାଶ ହୋଇଥିଲେ ଓ ହଙ୍ଗାମା କରିଥିଲେ ।

ତେବେ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ବୁର୍ଜ ଖଲିଫାରେ ଭାରତର ତ୍ରିରଙ୍ଗା ଚମକିଥିବା ବେଳେ କିନ୍ତୁ ଏହାର ଅନୁମତି ପାଇଁ ଦୁଇଦିନ ପୂର୍ବରୁ ହତାସ ହୋଇଥିଲେ ପାକିସ୍ତାନୀ ନାଗରିକ । ଅଗଷ୍ଟ ୧୪ ତାରିଖରେ ପାକିସ୍ତାନର ସ୍ୱାଧୀନତା ଦିବସ ରହିଥିଲା ଓ ଅଗଷ୍ଟ ୧୫ ରେ ବା ଆଜି ରହିଥିଲା ଭାରତର ସ୍ୱାଧୀନତା ଦିବସ । କିନ୍ତୁ ଅଗଷ୍ଟ ୧୪ ବା ପାକିସ୍ତାନର ସ୍ୱାଧୀନତା ଦିବସରେ ବୁର୍ଜ ଖଲିଫାରେ ପାକିସ୍ତାନ ଜାତୀୟ ପତାକା ପ୍ରଦର୍ଶନ ପରିବର୍ତ୍ତେ ଅଗଷ୍ଟ୧୫ ରେ ଭାରତର ଜାତୀୟ ପତାକା ପ୍ରଦର୍ଶନ କରାଯାଇଥିଲା । ଆଉ ଏହାକୁ ନେଇ ସବୁଠି ଏବେ ଭାରତର ଭୂମିକା ବିଷୟରେ ଚର୍ଚ୍ଚା ଚାଲିଛି ।

ସୂଚନା ଯୋଗ୍ୟ, ବୁର୍ଜ ଖଲିଫାରେ ପାକିସ୍ତାନ ଜାତୀୟ ପତାକାର ଆଲୋକ ପ୍ରଦର୍ଶନ ହୋଇଥିବା ନେଇ ପାକିସ୍ତାନର କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ଖବରରେ ଦିଆଯାଇଥିବା ଫଟୋରେ ବୁର୍ଜ ଖଲିଫାରେ ପାକିସ୍ତାନ ଜାତୀୟ ପତାକା ଆଲୋକରେ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି । ଆଲୋକ ପ୍ରଦର୍ଶନୀରେ ୭୬ ତମ ସ୍ୱାଧୀନତା ଦିବସରେ ପାକିସ୍ତାନକୁ ଅଭିନନ୍ଦନ ବୋଲି ଲେଖାଯାଇଛି । କିନ୍ତୁ ଏହା ପାକିସ୍ତାନର ୭୬ ତମ ନୁହେଁ ଏହା ପାକିସ୍ତାନର ୭୭ ତମ ସ୍ୱାଧୀନତା ଦିବସ । ଏଣୁ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି ।

Fact-check: Did Burj Khalifa snub Pakistan by not displaying its flag on the 77th Independence Day

Get real time updates directly on you device, subscribe now.