fbpx

(Video) ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଖୁସି ମନାଇଲା ଭାରତୀୟ ହକି ଟିମ୍, ଖେଳାଳିଙ୍କ ଡ୍ୟାନ୍ସରେ ପ୍ରକମ୍ପିତ ହେଲା ଡ୍ରେସିଂ ରୁମ୍

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ବ୍ରୋଞ୍ଜ ପଦକ ଜିତି ସାରା ଭାରତବର୍ଷକୁ ଗୌରବାନ୍ୱିତ କରିଦେଇଛି । ଗତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଜର୍ମାନୀକୁ ହରାଇ କାଂସ୍ୟ ପଦକ ଜିତିଥିବା ବେଳେ ଚଳିତ ଅଲିମ୍ପିକ୍ସରେ ସ୍ପେନକୁ ୨-୧ ଗୋଲରେ ହରାଇ କାଂସ୍ୟ ପଦକ ଦୋହରାଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଭାରତୀୟ ଦଳର ଖେଳାଳିମାନେ ୧୪୦ କୋଟି ଭାରତୀୟଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର ।

ତେବେ ଅଲିମ୍ପିକ୍ସରେ ଏହି ବଡ଼ ବିଜୟ ପରେ ସମସ୍ତଙ୍କ ମୁହଁରେ ଖୁସିର ମାହୋଲ । ଝାଳ ବୁହାଇ, କଠିନ ସଂଘର୍ଷ କରି ଦେଶ ପାଇଁ ପଦକ ଜିତିବା ପରେ ଭାରତୀୟ ହକି ଟିମର ଖେଳାଳିମାନେ ନିଜକୁ ଆଉ ସମ୍ଭାଳି ପାରିନଥିଲେ । ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟ ପରେ ଖେଳାଳିମାନେ ଖୁସିରେ ଡ୍ୟାନ୍ସ କରିଥିଲେ । ଖେଳାଳିଙ୍କର ନାଚଗୀତରେ ଡ୍ରେସିଂ ରୁମ୍ ଉଛୁଳି ପଡ଼ିଥିଲା । ଏହି ଖୁସି ସମୟର ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଭାରତ ୧୯୫୮ରେ ମେକ୍ସିକୋ ଅଲିମ୍ପିକ୍ସରେ ଓ ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲା । ଚଳିତ ଅଲିମ୍ପିକ୍ସରେ ଦଳର ଅଭିଜ୍ଞ ଗୋଲକିପର ପି.ଆର ଶ୍ରୀଜେସ ସ୍ପେନ ବିପକ୍ଷରେ ଅବସର ଗ୍ରହଣ କରିଥିବାରୁ ଭାରତର ଏହି ବ୍ରୋଞ୍ଜ ପଦକ ବିଜୟ ଦଳ ପାଇଁ ସ୍ମରଣୀୟ ହୋଇ ରହିଛି । ସେଥିପାଇର୍ ବିଜୟ ପରେ ଶ୍ରୀଜେସଙ୍କୁ ସ୍ପେଶାଲ ଭାବେ ସମ୍ମାନିତ କରାଯାଇଥିଲା । ବିଦାୟ ନେବା ସମୟରେ ଶ୍ରୀଜେଶଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ନିଜର କ୍ୟାରିୟରର ଶେଷ ମ୍ୟାଚରେ ଦେଶ ପାଇଁ ପଦକ ଜିତିବା ଶ୍ରୀଜେସଙ୍କ ପାଇଁ ବଡ଼ ସମ୍ମାନ ଥିଲା ।

 

View this post on Instagram

 

A post shared by Hockey India (@hockeyindia)

Get real time updates directly on you device, subscribe now.