fbpx
BSKY
BJD YOUTH SKY
BJD MS SKY

ହକିରେ ଭାରତକୁ ମିଳିଲା ଐତିହାସିକ ବ୍ରୋଞ୍ଜ, ୪୧ ବର୍ଷ ପରେ ଜିତିଲା ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୪ତମ ଦିବସ । ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ମିଳିଛି ଐତିହାସିକ ବ୍ରୋଞ୍ଜ ପଦକ । ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବିଜୟ ଲାଭ କରିଛି ଭାରତୀୟ ହକି ଟିମ୍ । ଦୀର୍ଘ ୪୧ ବର୍ଷ ପରେ ଭାରତ ହକିରେ ଜିତିଛି ପଦକ । ପ୍ରାୟ ୧୯୮୦ ପରେ ହକିରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ସିମରନ୍ଜଜିତ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ରୁପିନ୍ଦର ପାଲ ଗୋଟିଏ ଲେଖାଏଁ  ଗୋଲ ଦେଇଥିଲେ ।

ଆଜି ହକି ଇଣ୍ଡିଆର ଖେଳାଳିମାନେ ୧୩୦ କୋଟି ଭାରତୀୟମାନଙ୍କର ହୃଦୟ ଜିତିଛନ୍ତି । ଐତିହାସିକ ବିଜୟକୁ ନେଇ ସାରା ଦେଶରେ ଖୁସିର ଲହର ଖେଳିଯାଇଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ସିମରନଜିତ ସିଂ ଏବଂ ରୁପିନ୍ଦର ପାଲ ଗୋଲ ସ୍କୋର କରିଥିଲେ। ଶେଷଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତ ସ୍ୱର୍ଣ୍ଣ ଜିତିଥିଲା । ଭାରତୀୟ ହକି ଦଳର ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.