fbpx

ଐତିହାସିକ ବିଜୟ ପରେ ଏପରି ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଆଜି ଇତିହାସ ରଚିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ । ପଦକ ପାଇଁ ଲଢ଼େଇରେ ଚମତ୍କାର  ପ୍ରଦର୍ଶନ କରିଛି ଭାରତ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ହକିରେ ବ୍ରୋଞ୍ଜ ପଦକ ବିଜୟକୁ  ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ଅତୁଳନୀୟ କୁଶଳ, ସଂକଳ୍ପ, ସ୍ଥିରତା ଦେଖାଇଛନ୍ତି ଖେଳାଳି । ଐତିହାସିକ ବିଜୟ ସହ ହକିରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏହା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଦେଶର ହକି ଟିମକୁ ନେଇ ଗର୍ବିତ । ଏହି ବିଜୟକୁ ସବୁଦିନ ପାଇଁ ଦେଶବାସୀ ମନେ ରଖିବେ ।

ସେହିପରି ଭାରତୀୟ ହକି ଦଳର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଇଂରାଜୀରେ ଲେଖିଛନ୍ତି ବ୍ରିଲିଆଣ୍ଟ ଇନ୍ ବ୍ଲୁ । ଚମତ୍କାର ବିଜୟ ପାଇଁ ନବୀନ ଅଭିନନ୍ଦନ ଜଣାଇଛନ୍ତି । ଅଲିମ୍ପିକ୍ସରେ ୪୧ ବର୍ଷ ପରେ ମେଡାଲ ଆଣିଛି ଭାରତ । ଐତିହାସିକ ବିଜୟ ଆଗାମୀ ପିଢ଼ି ପାଇଁ ପ୍ରେରଣା ଦେବ ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.