fbpx

ୱାର୍କଫ୍ରମ ହୋମ୍ ଯୋଗୁଁ ମୋବାଇଲ ମାନିଆର ଶିକାର ହେଉଛନ୍ତି ଲୋକେ, ଜାଣନ୍ତୁ ଏହାର ଲକ୍ଷଣ

ୱାର୍କଫ୍ରମ ହୋମରେ କାମ କରୁଥିବା ଲୋକମାନେ ମୋବାଇଲ ମାନିଆର ଶିକାର ହେବାରେ ଲାଗିଛନ୍ତି । ଘରୁ କାମ କରୁଥିବା ଲୋକମାନେ ଲଗାତାର ହାତରେ ଫୋନ୍ ଧରିବାର ଅଭ୍ୟସ୍ତ ହୋଇଯାଇଛନ୍ତି । ବାରମ୍ବାର ହ୍ୱାଟ୍ସଆପ ଓ ଇମେଲ୍ ଚେକ୍ କରିବା ଏକ ଅଭ୍ୟାସରେ ପରିଣତ ହୋଇଛି । ମନୋବିଶେଷଜ୍ଞଙ୍କ ଅନୁସାରେ, ପ୍ରତି ୫ ଦିନରେ ଏପରି ସମସ୍ୟା ନେଇ ରୋଗୀ ଆସୁଛନ୍ତି । ଯେବେ ସେମାନଙ୍କ ହାତରେ ମୋବାଇଲ ନରହୁଛି, ସେବେ ଅସହଜ ଅନୁଭବ କରୁଛନ୍ତି ବୋଲି ସେମାନେ କହୁଛନ୍ତି ।

ମୋବାଇଲ ହାତରେ ନହେବାରୁ ସେମାନେ ବିଚଳିତ ହେଉଛନ୍ତି ଓ ତାଙ୍କ ହାତ କମ୍ପିବା ଆରମ୍ଭ ହେଉଛି । ଭୋଜନ ସମୟରେ ବି ହାତରେ ମୋବାଇଲ ରହିଲେ ଭଲ ଅନୁଭବ ହେଉଛି । ହୃଦସ୍ପନ୍ଦନ ମଧ୍ୟ ତୀବ୍ର ହେଉଛି ।

ଏହାର ଲକ୍ଷଣ
ହାତରେ ମୋବାଇଲ ନଥିଲେ ବି ମୋବାଇଲ ଥିବା ପରି ଲାଗିଥାଏ । କାହାର ଫୋନ୍ ରିଙ୍ଗ ଶୁଣିଲେ ଚମକିପଡିବା । ହ୍ୱାଟ୍ସଆପ ଗ୍ରୁପ ଖୋଲିବା ଦ୍ୱାରା ହୃଦସ୍ପନ୍ଦନ ବଢ଼ିଯିବା । ହାତରେ ମୋବାଇଲ ନଥିଲେ ମନରେ ଭୟ ସୃଷ୍ଟି ହେବା ।

ତେବେ ଡାକ୍ତରଙ୍କ କହିବା ମୁତାବକ, କରୋନାର ପ୍ରଥମ ଲହରରେ ଏପରି ମାମଲା ସାମ୍ନାକୁ ଆସିନଥିଲା । କିନ୍ତୁ ଦ୍ୱିତୀୟ ଲହରରେ ଏଭଳି ସମସ୍ୟା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ପରେ ଯେବେ ସହର ଅନଲକ୍ ହେଲା, ସେବେ ଏପରି ରୋଗୀ ସାମ୍ନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀ ଚାକିରିଆ, ଯେଉଁମାନେ ଘରେ ଲାପଟପ୍ ଓ ସ୍ମାର୍ଟ ଫୋନ ସହିତ କାମ କରୁଥିଲେ ।

କାର୍ଯ୍ୟ ସମୟରେ ଚାପ ଯୋଗୁଁ ମୋବାଇଲ୍ ମେନିଆର ଏହି ସମସ୍ୟା ଉପୁଜିପାରେ । ଏହାକୁ ଏଡାଇବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାରର ସମୟ ସ୍ଥିର କରିବାକୁ ପଡିବ । ଯଦି ଆପଣ ଭୋଜନ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରନ୍ତି ତେବେ ଏହା ଭଲ ହେବ ।

Get real time updates directly on you device, subscribe now.