fbpx

କାଜାଖସ୍ତାନକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ଚତୁର୍ଥ ଦିବସରେ ଭାରତ ବିଜୟରୁ ତା’ର ଯାତ୍ରା ଆରମ୍ଭ କରିଛି । ଭାରତୀୟ ତୀରନ୍ଦାଜ ପୁରୁଷ ଟିମ୍ କାଜାଖସ୍ତାନକୁ ୬-୨ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଦଳରେ ଅତନୁ ଦାସ, ତରୁଣଦୀପ ରାୟ ଓ ପ୍ରବୀଣ ଜାଧବ କାଜାଖସ୍ତାନର ଇଲଫାତ ଅବ୍ଦୁଲଲିନ, ଡେନିସ ଗଙ୍କିନ ଓ ସୌଞ୍ଝାର ମୁସାୟେବଙ୍କୁ ୫୫-୪୪, ୫୨-୫୧, ୫୬-୫୭, ୫୫-୫୪ ସେଟରେ ପରାଜିତ କରିଛନ୍ତି । ପ୍ରଥମ ଦୁଇଟି ସେଟ ଭାରତ ବିଜୟ ଜିତିସାରିଥିବା ବେଳେ ତୃତୀୟ ସେଟରେ କାଜାଖସ୍ତାନ ଖେଳର ମୋଡ଼ ପରିବର୍ତ୍ତନ କରି ବିଜୟ ଲାଭ କରିଥିଲେ ପରବର୍ତ୍ତୀ ସମୟରେ ହେଁ ତିଷ୍ଠି ପାରିନଥିଲା । ତେବେ କ୍ୱାର୍ଟରରେ ପହଞ୍ଚି ସାରିଥିବା ଭାରତୀୟ ଆର୍ଚ୍ଚେରୀ ଦଳ ପରବର୍ତ୍ତୀ ମ୍ୟାଚରେ ଦକ୍ଷିଣ କୋରିଆକୁ ଭେଟିବ ।

Get real time updates directly on you device, subscribe now.