fbpx

ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ପୁରୁଷ ହକି ଟିମ୍: ୧୨-୦ରେ ହାରିଲା ବାଂଲାଦେଶ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ଚଳିତ ଏସୀୟ କ୍ରୀଡ଼ାର ଆଜି ହେଉଛି ନବମ ଦିବସ । ଏହି ଅବସରରେ ଆଜି ଭାରତୀୟ ପୁରୁଷ ହକି ଟିମ୍ କ୍ରମାଗତ ପଞ୍ଚମ ବିଜୟ ସହ ଗୋଲ ବର୍ଷା କରିଛି । ଭାରତ ପ୍ରତିପକ୍ଷ ବାଂଲାଦେଶକୁ ୧୨-୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ମନଦୀପ ସିଂହ ଉଭୟେ ହ୍ୟାଟ୍ରିକ ଗୋଲ୍ ଦେଇଥିଲେ ।

ଏସୀୟ କ୍ରୀଡ଼ାର ପୁଲ-ଏ ପର୍ଯ୍ୟାୟରେ ବାଂଲାଦେଶକୁ ହରାଇ ପୁଲରେ ଶୀର୍ଷ ସ୍ଥାନରେ ରହି ଭାରତ ସେମିଫାଇନାଲକୁ ଉନ୍ନୀତ ହୋଇଛି । ଏହା ପୂର୍ବରୁ ଭାରତୀୟ ଟିମ୍ ଉଜବେକିସ୍ତାନକୁ ୧୬-୦ରେ, ସିଙ୍ଗାପୁରକୁ ୧୬-୧ରେ, ପାକିସ୍ତାନକୁ ୧୦-୨ରେ ଓ ଜାପାନକୁ ୪-୨ରେ ପରାସ୍ତ କରିଥିଲା । ଭାରତୀୟ ଅଧିନାୟକ ହରମନପ୍ରୀଦ ଦ୍ୱିତୀୟ, ଚତୁର୍ଥ ଓ ୩୨ତମ ମିନିଟରେ ଗୋଲ ସ୍କୋର କରିଥିଲା ।

ସେହିପରି ମନଦୀପ ୧୮ତମ, ୨୪ତମ ଓ ୪୬ତମ ମନିଟରେ ତିନୋଟି ଗୋଲ ସ୍କୋର କରିଥିଲେ । ଅଭିଷେକ ୪୧ତମ ଓ ୫୭ତମ ମିନିଟରେ, ଅମିତ ରୋହିଦାସ ୨୩ତମ ମିନିଟରେ, ଲଲିତ ଉପାଧ୍ୟାୟ ୨୩ତମ ମିନିଟରେ, ଗୁରଞ୍ଜତ ସିଂହ ୫୬ତମମ ମିନିଟରେ ଓ ନୀଲାକାନ୍ତା ଶର୍ମା ୪୭ତମ ମିନିଟରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଆଜିର ମ୍ୟାଚରେ ବାଂଲାଦେଶ ଭାରତୀୟ ଗୋଲ ପୋଷ୍ଟ ଉପରେ ଆକ୍ରମଣ କରିବାର ସୁଯୋଗ ପାଇନଥିଲା । ତେଣୁ ପୁଣି ଥରେ ଭାରତୀୟ ଗୋଲକିପରି କେବଳ ଜଣେ ଦର୍ଶକଙ୍କ ପରି ଛିଡ଼ା ହୋଇରହିଥିଲେ ।

Get real time updates directly on you device, subscribe now.