fbpx
BSKY SKY
BSKY SKY

ନୌସେନାରେ ୧୦ମ ପାସଙ୍କୁ ମିଳିବ ଚାକିରି, ୨ ରୁ ୬ ଅଗଷ୍ଟ ପର୍ଯ୍ୟନ୍ତ କରିପାରିବେ ଆବେଦନ

BSKY

ନୂଆଦିଲ୍ଲୀ: ଭାରତୀୟ ନୌସେନରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ୧୦ମ ପାସ ଆଶାୟୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ । କାରଣ ଭାରତୀୟ ନୌସେନାରେ ନାବିକ (ସେଲର ମ୍ୟୁଜିସିଆନ)ରେ ୩୩ ପଦ ପାଇଁ ଯୋଗ୍ୟ ଆଶାୟୀଙ୍କ ଆବେଦନ ପତ୍ର ଆମନ୍ତ୍ରିତ କରାଯାଇଛି । ଏହି ପଦରେ ପାଇଁ ପ୍ରକ୍ରିୟା ୨ ଅଗଷ୍ଟ ୨୦୨୧ ଠାରୁ ଆରମ୍ଭ ହୋଇଛି ଏବଂ ୬ ଅଗଷ୍ଟ ୨୦୨୧ ଆବେଦନ କରିବାର ଶେଷ ତାରିଖ ରହିଛି । ଆବେଦନ ବିଷୟରେ ଅଧିକ ଜାଣିବା ପାଇଁ ଆଶାୟୀ ଇଣ୍ଡିଆନ ନାଭିର ଅଫିସିଆଲ ୱେବସାଇଟ www.jionindiannavy.gov.in ରେ ଭିଜିଟ କରି ଅନଲାଇନ ଆବେଦନ କରିପାରିବେ ।

ସମୁଦାୟ ୩୩ ପଦରେ ନାବିକ (ସେଲର ମ୍ୟୁଜିସିଆନ)ପାଇଁ ଜାରି ହୋଇଥିବା ପଦବୀ ପାଇଁ ପ୍ରାୟ ୩୦୦ ଆଶାୟୀଙ୍କୁ ସ।।କ୍ଷାତକାର ପାଇଁ ଡକାଯିବ । ଏହା ପରେ ମେଧାବୀ ଆଶାୟୀଙ୍କୁ ଫିଜିକାଲ ଫିଟନେସ ଟେଷ୍ଟ ଏବଂ ମେଡିକାଲ ଟେଷ୍ଟ ପାଇଁ ଡକାଯିବ । ପଦବୀ ପାଇଁ ଆବେଦନ କରିବା ପାଇଁ ଆଶାୟୀଙ୍କୁ କୌଣସିବି ମାନ୍ୟତା ପ୍ରାପ୍ତ ବୋର୍ଡରୁ ମାଟ୍ରିକ ପରୀକ୍ଷା ପାସ ହେବା ଜରୁରୀ । ଆବେଦକଙ୍କ ଜନ୍ମ ୧ ଅକ୍ଟୋବର ୧୯୯୬ରୁ ୩୦ ସେପ୍ଟେମ୍ବର ୨୦୦୪ ମଧ୍ୟରେ ହେବା ଆବଶ୍ୟକ । ଖାସ କଥା ହେଉଛି ଏଥିରେ କୌଣସି ବର୍ଗଙ୍କ ପାଇଁ ବୟସରେ କୌଣସି ପ୍ରକାର ଛାଡ଼ ଦିଆଯାଇନାହିଁ ।

Get real time updates directly on you device, subscribe now.