fbpx

ସେନସେସନାଲ ସିନ୍ଧୁ: ଭାରତ ପାଇଁ ହାସଲ କଲେ ଦ୍ୱିତୀୟ ପଦକ

ନୂଆଦିଲ୍ଲୀ: ଟୋକିଓରେ ଭାରତ ଏହାର ଦ୍ୱିତୀୟ ପଦକ ହାସଲ କରିଛି । ଟୋକିଓରେ ଭାରତୀୟ ତ୍ରିରଙ୍ଗାକୁ ଲହରେଇବାର ସୁଯୋଗ ଦେଇଛନ୍ତି ପିଭି ସିନ୍ଧୁ । ସଟଲ କୁଇନ୍ ପି ଭି ସିନ୍ଧୁ ରବିବାର ବ୍ରୋଞ୍ଜ ପଦକ ମୁକାବିଲାରେ ସିଧାସଳଖ ବିଜୟ ହାସଲ କରିବା ସହିତ ଭାରତ ପାଇଁ ଚଳିତ ସଂସ୍କରଣର ଦ୍ୱିତୀୟ ପଦକ ହାସଲ କରିଛନ୍ତି । ହେ ବିଙ୍ଗଜିଆଓଙ୍କୁ ସିନ୍ଧୁ ଏକ ପାଖିଆ ଭାବରେ ୨୧-୧୩ ଓ ୨୧-୧୫ରେ ପରାସ୍ତ କରିଛନ୍ତି ।

ସେମି ଫାଇନାଲରେ ପରାଜିତ ହୋଇ ରିଓ ସଫଳତା ଦୋହରାଇବାରେ ବିଫଳ ହୋଇଥିବା ସିନ୍ଧୁ କିନ୍ତୁ ରବିବାରର ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ । ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିବା ସହିତ ସହଜରେ ବିଜୟୀ ହୋଇଥିଲେ । ପ୍ରଥମ ସେଟକୁ ୨୧-୧୩ରେ ଜିତିବା ପରେ ଦ୍ୱିତୀୟ ସେଟରେ ବିଙ୍ଗ ଜିଆଓଙ୍କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇନଥିଲେ ରିଓ ରୌପ୍ୟ ପଦକ ବିଜେତା ସିନ୍ଧୁ । ଚଳିତ ସଂସ୍କରଣରେ ପଦକର ରଙ୍ଗ ବଦଳିଥିଲେ ମଧ୍ୟ ସିନ୍ଧୁ ପ୍ରଥମ ଭାରତୀୟ ସଟଲର ଭାବରେ ଦୁଇଟି ଅଲିମ୍ପିକ ପଦକର ଗୌରବ ହାସଲ କରିଛନ୍ତି ।

Get real time updates directly on you device, subscribe now.