fbpx

ଦୀପିକା ପାଦୁକୋନଙ୍କ ସହିତ ହଲିଉଡ୍ ଫିଲ୍ମରେ କାମ କରିଥିବା ଏହି ଅଭିନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ପୋଲିସ୍ କଲା ଗିରଫ

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ସହିତ ହଲିଉଡ୍ ଫିଲ୍ମ “ଏକ୍ସଏକ୍ସଏକ୍ସ: ରିଟର୍ନ ଅଫ୍ ଜାଣ୍ଡର୍ କେଜ୍” ରେ କାମ କରିଥିବା ଅଭିନେତା କ୍ରିସ୍ ବୂଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସ୍ ଗିରଫ କରିଛି । ଚୀନ ପୋଲିସ୍ କହିଛନ୍ତି ଯେ, କ୍ରିସ୍ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି । ତେଣୁ ତାଙ୍କୁ ଏବେ ପଚରାଉଚରା କରାଯାଉଛି । ତାଙ୍କ ନାମରେ ହୋଇଥିବା ଅଭିଯୋଗ ମୁତାବକ, ସେ ଅନଲାଇନ୍ ରେ ଝିଅ ମାନଙ୍କୁ ଶାରୀରିକ ସମ୍ପର୍କ ରଖିବାପାଇଁ ସେମାନଙ୍କ ସହ ପ୍ରତାରଣା କରୁଥିଲେ ।

ଗତ ମାସରେ ଜଣେ ୧୮ ବର୍ଷୀୟା ଚାଇନିଜ୍ ଛାତ୍ରୀଙ୍କ ସହିତ ଜୋରଜବରଦସ୍ତି ଯୌନ ସମ୍ବନ୍ଧ ରଖିଥିବା ଆରୋପ ଲଗାଯାଇଥିଲା । ଏନେଇ ଉକ୍ତ ଛାତ୍ରୀ ମିଡିଆ ସାମନାରେ ନିଜର ବୟାନ ରଖିଥିଲେ । ସେ କହିଥିଲେ ଯେ, ମଦ ପିଆଇ ତାଙ୍କ ସହିତ ଯୌନ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ । ଚୀନୀ ଛାତ୍ର ଏହା ମଧ୍ୟ କହିଛନ୍ତି ଯେ, କ୍ରିସ୍ ବୂ ଓ ତାଙ୍କ ଟିମ୍ ଗୋଟିଏ ମ୍ୟୁଜିକ୍ ଭିଡିଓ କରିବା ପାଇଁ ପ୍ରଲୋଭନ ଦେଖାଇ ତାଙ୍କୁ ଘରକୁ ଡାକିଥିଲେ ।

ତେବେ କ୍ରିସ୍ ବୂ, ନିଜ ଉପରେ ଆସିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଅନ୍ୟପଟେ ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା । ହେଲେ ବି ତାଙ୍କ ସହିତ କୌଣସି କଥାବାର୍ତ୍ତା ହୋଇପାରିନଥିଲା ପୋଲିସ୍ । ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ପଚରାଉଚରା କରାଯାଉଛି । ୨୦୧୭ରେ ଦୀପିକା ନଜର ଆସିଥିବା ହଲିଉଡ୍ ଫିଲ୍ମ “ଏକ୍ସଏକ୍ସଏକ୍ସ: ରିଟର୍ନ ଅଫ୍ ଜାଣ୍ଡର୍ କେଜ୍” ନଜର ଆସିଥିଲେ କ୍ରିସ୍ ।

 

Get real time updates directly on you device, subscribe now.