fbpx

ରେଲୱେରେ କ’ଣ କ’ଣ ପଦବୀ ରହିଥାଏ ଓ ଏଥିପାଇଁ କିପରି ହୋଇଥାଏ ନିଯୁକ୍ତି

ନୂଆଦିଲ୍ଲୀ:ଭାରତୀୟ ରେଲୱେ ବିଶ୍ୱର ଅନ୍ୟତମ ବୃହତ୍ତ ରେଳ ନେଟୱାର୍କ । ଏହାକୁ ସଞ୍ଚାଳିତ କରିବା ଲାଗି ରେଲୱେରେ ବହୁ ସଂଖ୍ୟାରେ କର୍ମଚାରୀ କାମ କରୁଛନ୍ତି । କର୍ମଚାରୀ ନିଯୁକ୍ତି ପାଇଁ ସମୟ ସମୟରେ ରେଲୱେ ପକ୍ଷରୁ ଆବେଦନପତ୍ର ଆହ୍ୱାନ କରାଯାଇଥାଏ । ସରକାରୀ ଚାକିରି ଦୃଷ୍ଟିରୁ ରେଲୱେରେ ଚାକିରି ବହୁତ ଭଲ ବୋଲି ମନେ କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ରେଲୱେରେ କେଉଁ କେଉଁ ପଦ ରହିଛି ଓ ଏସବୁ ପାଇଁ ନିଯୁକ୍ତି କିପରି କରାଯାଏ । ଆସନ୍ତୁ ଜାଣିବା ଏ ସଂପର୍କରେ ପୁରା ସୂଚନା ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଅନ୍ୟ ବିଭାଗ ପରି ରେଲୱେରେ ପଦ ବି ଅଲଗା ଅଲଗା କାଟାଗୋରୀରେ ବିଭକ୍ତ କରାଯାଇଛି । ଯେଉଁଥିରେ ଗ୍ରୁପ୍ ଏ, ବି,ସି ଓ ଡି ପଦ ସାମିଲ ରହିଛି । ତେବେ କେଉଁ କାଟାଗୋରୀ ଅନ୍ତର୍ଗତ କେଉଁ ପଦ ଆସିଥାଏ ଆସନ୍ତୁ ଜାଣିବା ।
ଗ୍ରୁପ୍ ଏ ପଦ:ରେଲୱେରେ ସବୁଠାରୁ ଉଚ୍ଚ ସ୍ତରର ପଦ ଏହି ଗ୍ରୁପ୍ ଏ କାଟାଗୋରୀରେ ଆସିଥାଏ । ଏଥିରେ ଅଧିକାଂଶ ପଦ ଲାଗି ଭର୍ତ୍ତି ୟୁପିଏସସି ପକ୍ଷରୁ ଆୟୋଜିତ କରାଯାଉଥିବା ସିଭିଲ ସର୍ଭିସ୍ ପରୀକ୍ଷା ମାଧ୍ୟମରେ କରାଯାଇଥାଏ । ସେହିପରି ଅନ୍ୟାନ୍ୟ ପଦରେ ଇଂଜିନିୟରିଂ ସର୍ଭିସେସ୍ ପରୀକ୍ଷା ଏବଂ ଯୁଗ୍ମ ମେଡିକାଲ୍ ପରୀକ୍ଷା ମାଧ୍ୟମରେ ନିଯୁକ୍ତି କରାଯାଏ । ସିଙିଲ୍ ସର୍ଭିସ୍ ପରୀକ୍ଷା ଦ୍ୱାରା ଭାରତୀୟ ରେଲୱେ ଯାତାୟତ ସେବା, ଭାରତୀୟ ରେଲୱେ ଆକାଉଣ୍ଟ ସେବା କ୍ଷେତ୍ରରେ ବିଭିନ୍ନ ଉଚ୍ଚପଦବୀରେ ନିଯୁକ୍ତି ମିଳିଥାଏ । ସେହିପରି ଇଂଜିନିୟରିଂ ସେବା ପରୀକ୍ଷା ଦ୍ୱାରା ଭାରତୀୟ ରେଲୱେ ସେବା ଇଂଜିନିୟରର୍ସ, ଭାରତୀୟ ରେଲୱେ ଷ୍ଟୋର ସେବା,ବିଦ୍ୟୁତ ଇଂଜିନିୟର ଭାରତୀୟୂ ରେଲୱେ ସେବା ପରି ପଦବୀ ଲାଗି ନିଯୁକ୍ତି ମିଳିଥାଏ ।
ଗ୍ରୁପ୍ ବି : ଏହି ପଦ ମଧ୍ୟ ଅଧିକାରୀ ସ୍ତରର ହୋଇଥାଏ । କିନ୍ତୁ ଏହି ପଦରେ କମ୍ ନିଯୁକ୍ତି ହୋଇଥାଏ । କାରଣ ପ୍ରାୟ ସମୟରେ ଗ୍ରୁପ୍ ସିର ଅଧିକାରୀଙ୍କୁ ଗ୍ରୁପ୍ ବି କୁ ପ୍ରମୋଟ୍ କରାଯାଏ । ଅନ୍ୟ ପଦବୀ ଲାଗି ୟୁପିଏସସି ପରୀକ୍ଷା ମାଧ୍ୟମରେ ହିଁ ଚୟନ କରାଯାଏ । ଭାରତୀୟ ରେଳରେ ଗ୍ରୁପ୍ ଏ ଓ ଗ୍ରୁପ୍ ବି ପଦ ଗେଜେଟେଡ୍ ଅଫିସରର ହିଁ ହୋଇଥାଏ ।
ଗ୍ରୁପ୍ ସି:ଏହି କାଟାଗୋରୀରେ ରେଲଷୱର ଟେକନିକାଲ୍ ଓ ବହୁ ଅଣ ଟେକନିକାଲ୍ ପଦ ସାମିଲ ରହିଥାଏ । ଟେକନିକାଲ୍ରେ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ୍, ଇଂଜିନିୟରିଂ ସିଗନାଲ୍ ଓ ଟେଲି କମ୍ୟୁନିକେସନ ପଦଦ ସାମିଲ ରହିଛି । ସେହିପରି ଅଣ ଟେକନିକ୍ ରେ କ୍ଲର୍କ, ଆସିଷ୍ଟାଣ୍ଟ, ଷ୍ଟେସନ ମାଷ୍ଟର, ଟିକେଟ କଲେକ୍ଟର ଆଦି ସାମିଲ ରହିଛି । ଏହି ପଦରେ ନିଯୁକ୍ତି ଲାଗି ଆରଆରବି ମାଧ୍ୟମରେ ନିଯୁକ୍ତି ଦିଆଯାଏ ।

Get real time updates directly on you device, subscribe now.