fbpx

ସମସ୍ତଙ୍କୁ ମାଗଣା ଚିକିତ୍ସା ଦେବ Indian Railway! ଜାଣି ରଖନ୍ତୁ ରେଳବାଇର ଏହି ନିୟମ…

ନୂଆଦିଲ୍ଲୀ: ଟ୍ରେନରେ ଅଧିକାଂଶ ଯାତ୍ରା କରୁଥିବା ଯାତ୍ରୀ ତଥା ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର । ଏଣିକି ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବ ଭାରତୀ ରେଲୱେ । ଟ୍ରେନ୍, ରେଲୱେ ଷ୍ଟେସନ କିମ୍ବା ଷ୍ଟେସନ ପରିସରରେ ଯେ କୌଣସି ସ୍ଥାନରେ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ଯୋଗାଇବ ରେଳବାଇ । ଟ୍ରେନ ଟିକେଟ ନଥିଲେ ମଧ୍ୟ ଭାରତୀୟ ରେଲୱେ ଚିକିତ୍ସା ଯୋଗାଇବାକୁ ଗୁରୁତ୍ୱ ଦେବ । ଇଣ୍ଡିଆନ୍ ରେଲୱେର ଏହି ନିୟମ ସମସ୍ତଙ୍କୁ ଜାଣି ରଖିବା ଉଚିତ ।

ଟ୍ରେନରେ ଯାତ୍ରା କରିବା ପାଇଁ ପ୍ଲାଟଫର୍ମ ଟିକେଟ ପାଇଁ ଅନେକ ଲୋକ ଷ୍ଟେସନ କିମ୍ବା ଷ୍ଟେସନ ପରିସରକୁ ଆସନ୍ତି । ଭାରତୀୟ ରେଳବାଇର ନିୟମ ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କୁ ଆଘାତ ଲାଗେ, ତେବେ ତୁରନ୍ତ ହସ୍ପିଟାଲ ପହଞ୍ଚାଇବା ଏବଂ ଚିକିତ୍ସା କରାଇବା ଦାୟିତ୍ୱ ଭାରତୀୟ ରେଲୱେ ହାତରେ ରହିଛି । ପୀଡ଼ିତଙ୍କ ପାଖରେ କୌଣସି ଟିକେଟ ନଥିଲେ ମଧ୍ୟ ରେଳବାଇ ପକ୍ଷରୁ ଏହି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

କାରଣ ରେଳ ମାନୁଆଲ ଅନୁସାରେ, ଷ୍ଟେସନ ପରିସରକୁ ଆସୁଥିବା ସମସ୍ତି ବ୍ୟକ୍ତି ରେଲୱେର ସମ୍ଭାବ୍ୟ ଯାତ୍ରୀ ହୋଇପାରନ୍ତି । ଷ୍ଟେସନ ପହଞ୍ଚିବା ପରେ ଟିକେଟ କରିବା ପାଇଁ ଆସୁଥିବା ବ୍ୟକ୍ତି ମଧ୍ୟ ଆହତ ହୋଇପାରନ୍ତି । ତେଣୁ ଟ୍ରେନ୍, ରେଲୱେ ଷ୍ଟେସନ କିମ୍ବା ଷ୍ଟେସନ ପରିସରରେ ଆହତ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ଚିକିତ୍ସା କରାଇବ ରେଲୱେ । ତେବେ ଯଦି କୌଣସି ବ୍ୟକ୍ତି ବିନା ଟିକେଟ ଥିବା ଯାଞ୍ଚରେ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । କିନ୍ତୁ ଏହି କାରଣୁ ଆହତ ବ୍ୟକ୍ତିଙ୍କ ଚିକିତ୍ସା ରୋକା ଯାଇପାରିବ ନାହିଁ ।

ସାରା ଦେଶରେ ମୋଟ ୭୦୦୦ ରେଲୱେ ରହିଛି । ଏଥିରେ ଏ,ବି, ସି ଏବଂ ଡି ଶ୍ରେଣୀର ଷ୍ଟେସନ ସାମିଲ ରହିଛି । ଭାରତରେ ପ୍ରାୟ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତାୟତ କରୁଥିବା ବେଳେ ୧୦୦୦୦ରୁ ଅଧିକ ଟ୍ରେନ ଚଳାଚଳ କରୁଛି । ଏଥିରେ ପ୍ରିମିୟମ ଟ୍ରେନ ବ୍ୟତୀତ ଏକ୍ସପ୍ରେସ, ମେଲ୍ ଏବଂ ପାସେଞ୍ଜର ଟ୍ରେନ ରହିଛି । ଯଦି ଟ୍ରେନରେ ଦୁର୍ଘଟଣା ହୁଏ, ତେବେ ପ୍ରତ୍ୟେକ ଆହତ ଯାତ୍ରୀଙ୍କ ଚିକିତ୍ସାର ଦାୟିତ୍ୱ ଭାରତୀୟ ରେଳବାଇ ଉପରେ ରହିଥାଏ । ପୀଡ଼ିତ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇବା ସହିତ କ୍ଷତିପୂରଣ ରାଶି ପ୍ରଦାନ କରିବ ଇଣ୍ଡିଆନ୍ ରେଲୱେ ।

Get real time updates directly on you device, subscribe now.