fbpx

ସାତ କେଜିଆ ୨ ଫୁଟ କୁଲଫି ବନେଇ କଲେ ଭାରତ ରେକର୍ଡ

Advertisement

ରାଜସ୍ଥାନ: ସାରା ବିଶ୍ୱରେ ମିଠା ଏବଂ ନମକିନ ପାଇଁ ବିକାନେର ବେଶ ପ୍ରସିଦ୍ଧି ଲାଭ କରିଛି । ଏହା ସ୍ୱାଦ ଏବଂ ଏଠାରେ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ଖାଦ୍ୟ ପଦାର୍ଥ ଦେଖିବାକୁ ଯେତିକି ସୁନ୍ଦର ସ୍ୱାଦ ମଧ୍ୟ ସେମିତି ସୁନ୍ଦର ହୋଇଥାଏ । ଏହି ବିକାନେର ଅଞ୍ଚଳରେ ଆପଣ ଘରେ ଘରେ ବିରିଆନୀ ଏବଂ କୁଲଫି ବ୍ୟବସାୟ କରୁଥିବାର ଦେଖିବାକୁ ମିଳିଥାଏ । ଠିକ ସେହିପରି ଏକ କୁଲିଫି ବ୍ୟବସାୟୀ ୧ କିଲୋ କି ୨ କିଲୋ ନୁହେଁ ବରଂ ୭ କେଜିର ଏକ କୁଲଫି ବନେଇ ଭାରତ ରେକର୍ଡ କରିଛନ୍ତି । ଏହା ବିକାନେର କି ରାଜସ୍ଥାନର ନୁହେଁ ବରଂ ଏହା ସମଗ୍ର ଭାରତର ସବୁଠାରୁ ବଡ କୁଲଫି ବୋଲି ଜଣାଯାଇଛି ।

ଖବର ଅନୁସାରେ, ବିକାନେର ଜଣେ କୁଲଫି ବ୍ୟବସାୟୀ ଧର୍ମେନ୍ଦ୍ର ଅଗ୍ରୱାଲ ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ଏ ଭଳି ଆଇସ୍କ୍ରିମ ପ୍ରସ୍ତୁତି କରିଛନ୍ତି । ଧର୍ମେନ୍ଦ୍ର ପ୍ରସ୍ତୁତ କରିଥିବା କୁଲଫି ୭ କେଜିର ଓଜନ ହୋଇଥିବା ବେଳେ ଏହାର ଲମ୍ବ ୨ ଫୁଟ ରହିଛି । ସବୁଠାରୁ ମଜାଦାର କଥା ହେଉଛି ଏହି କୁଲଫିକୁ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ଖାଇପାରିବେ ନାହିଁ । ତିନି ଚାରିଜଣ ବ୍ୟକ୍ତି ହେଲେ ଏହି କୁଲଫି ଖାଇବା ସମ୍ଭବ ପର ହୋଇପାରିବ ବୋଲି ସେ କହିଛନ୍ତି ।

ସେହିପରି ଏହି କୁଲଫି ବ୍ୟବସାୟୀ ଧର୍ମେନ୍ଦ୍ର କହିଛନ୍ତି ଯେ ସେହି କୁଲଫିକୁ ବନେଇବା ପାଇଁ ସେ ଦୁଇଟିକୁ ଅଲଗା ଅଲଗା ସ୍ୱାଦରେ ପ୍ରସ୍ତୁତ କରିଥିଲେ । ଏହାକୁ ବନେଇବା ପାଇଁ ତାଙ୍କୁ ଦୁଇଦିନ ଲାଗିଥିଲା । ଏହି କୁଲଫିକୁ ସେ ପ୍ରଥମଥର ବନେଇ ରେକର୍ଡ କରିଛନ୍ତି ।

Get real time updates directly on you device, subscribe now.