fbpx

ମାତ୍ର ୨୦ ଦିନରେ ତିଆରି ହେଲା ‘ପକେଟ୍ ଭେଣ୍ଟିଲେଟର୍’, ଦେଶକୁ ମିଳିଲା ବଡ଼ ଆଶ୍ୱସ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): କୁହାଯାଏ ଅଭାବ ହିଁ ଉଦ୍ଭାବନର ଜନନୀ । ଏହି କଥାକୁ ପୁଣି ପ୍ରମାଣ ହୋଇଛି ଭାରତରେ । କରୋନା ମହାମାରୀ ଭଳି ସଂକଟ କାଳରେ ଅନେକ ସ୍ଥାନରେ ଭେଣ୍ଟିଲେଟର୍ ଅଭାବ ସମସ୍ୟା ଦେଖାଦେଇଛି । କିନ୍ତୁ ଏଣିକି ଏହି ସମସ୍ୟା ଟଳିବାର ଉପାୟ ବାହାରି ଯାଇଛି । ଭାରତର ଜଣେ ବୈଜ୍ଞାନିକ ନିଜର ସାଧନା ବଳରେ ସୃଷ୍ଟି କରିଛନ୍ତି ଏକ ଯନ୍ତ୍ର- ପକେଟ୍ ଭେଣ୍ଟିଲେଟର୍ । ମାତ୍ରା ୨୦ ଦିନ ଭିତରେ ସେ ଉଦ୍ଭାବନ କରିଥିବା ଏହି ଛୋଟିଆ ଭେଣ୍ଟିଲେଟରଟି ବ୍ୟବହାର ପାଇଁ ସହଜ ଓ ପକେଟ୍ ଭିତରେ ରହିବାରେ ଆଦୌ ସମସ୍ୟା ହେବନି । ଏହାର ଓଜନ ମାତ୍ର ୨୫୦ ଗ୍ରାମ ।

ସୂଚନା ଅନୁସାରେ କୋଲକାତାର ବୈଜ୍ଞାନିକ ତଥା ଇଞ୍ଜିନିୟର୍ ଡ. ରାମେନ୍ଦ୍ର ଲାଲ୍ ମୁଖାର୍ଜୀ ଭେଣ୍ଟିଲେଟର୍ ସମସ୍ୟା ଦୂର ପାଇଁ ଗଭୀର ଅଧ୍ୟୟନ କରିଛନ୍ତି । ଏହାର ଫଳ ସ୍ୱରୂପ ବ୍ୟାଟେରି ପରିଚାଳିତ ଏକ ଛୋଟିଆ ଭେଣ୍ଟିଲେଟର୍ ଉଦ୍ଭାବନ କରିବାରେ ସକ୍ଷମ ହୋଇଛନ୍ତି । ଏହି ସୃଷ୍ଟି ଫଳରେ କରୋନା ରୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଏହି ଭେଣ୍ଟିଲେଟର୍ ମୂଲ୍ୟ ଯେମିତି କମ୍ ଠିକ୍ ସେମିତି ବ୍ୟବହାର ପ୍ରଣାଳୀ ଖୁବ୍ ସହଜ । ଖାଲି ସେତିକି ନୁହେଁ, ସାଧାରଣ ଭାବେ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଲେ କେହି ମଧ୍ୟ ଏହାକୁ ସରଳ ଭାବେ ବ୍ୟବହାର କରିପାରିବେ । ଏହାକୁ ଏକ ପେଟେଣ୍ଟ୍ ଭାବେ ନେଇ କେନ୍ଦ୍ର ସରକାର ତୁରନ୍ତ ଅଧିକ ପକେଟ୍ ଭେଣ୍ଟିଲେଟର ପ୍ରସ୍ତୁତି କରିବାକୁ ଉଦ୍ୟମ କରିବା ଉଚିତ୍ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Get real time updates directly on you device, subscribe now.